ETV Bharat / state

ବାଇକ ଚଳାଇ ଧରାପଡିଲେ ୨ ନାବାଳକ, ୨୫ ହଜାର ଟଙ୍କା ତଣ୍ଡ ଗଣିଲେ ଅଭିଭାବକ

author img

By

Published : Mar 29, 2023, 7:26 AM IST

ଗତକାଲି ଠାରୁ ସାରା ରାଜ୍ୟରେ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ଯାଞ୍ଚ କଡ଼ାକଡ଼ି କରିଛନ୍ତି । ତେବେ ସମ୍ବଲପୁରରେ ଗାଡ଼ି ଚଳାଇ ୨ ଜଣ ନାବାଳକ ଧରାପଡ଼ିଛନ୍ତି । ଏନେଇ ସେମାନଙ୍କ ନିକଟରୁ ଗାଡ଼ି ଜବତ କରିବା ସହ ଉଭୟଙ୍କ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଫାଇନ କରାଯାଇଛି । ଅଧିକ ପଢ଼ନ୍ତୁ

ବାଇକ ଚଳାଇ ଧରାପଡିଲେ ୨ ନାବାଳକ
ବାଇକ ଚଳାଇ ଧରାପଡିଲେ ୨ ନାବାଳକ
ବାଇକ ଚଳାଇ ଧରାପଡିଲେ ୨ ନାବାଳକ

ସମ୍ବଲପୁର: ଗତକାଲି ଠାରୁ ସାରା ରାଜ୍ୟରେ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ଯାଞ୍ଚ କଡ଼ାକଡ଼ି କରିଛନ୍ତି । ବିଶେଷ ଭାବରେ ୧୮ ବର୍ଷରୁ କମ ବୟସର ପିଲାମାନଙ୍କ ଉପରେ ରହିଛି ନଜର । ତେବେ ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ବାଇକ ଚଳାଇ ଧରାପଡିଲେ ୨ ନାବାଳକ । ଲାଗିଲା ୨୫ ହଜାର ଟଙ୍କାର ଜୋରିମାନା । ସମ୍ବଲପୁର ହୀରାକୁଦ ଥାନା ଅନ୍ତର୍ଗତ ହୀରାକୁଦ-ରେମେଡ ରାସ୍ତା ଓ ଧନୁପାଲି ଥାନା ସରଲାକାନିରେ ପୋଲିସ ଓ ପରିବହନ ବିଭାଗର ପକ୍ଷରୁ ଚେକିଂ କରାଯାଉଥିବା ବେଳେ ଗାଡ଼ି ଚଳାଉଥିବା ବେଳେ ଧରା ପଡିଛନ୍ତି ଦୁଇ ନାବାଳକ ।

ଆଗକୁ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ମୋର୍ଟାଲିଟି ସପ୍ତାହ ପାଳନ ହେବାକୁ ଥିବା ବେଳେ ଆଜିଠାରୁ ବିଭିନ୍ନ ସ୍ଥାନରେ ଚେକିଂ ଓ ଇନ୍ଫୋର୍ସମେଣ୍ଟ କରାଯାଇଛି । ଏହି ସମୟରେ ଗାଡ଼ି ଚଳାଇ ୨ ନାବାଳକ ପୋଲିସ ହାତରେ ଧରା ପଡ଼ିଛନ୍ତି । ଉଭୟ ନାବାଳକଙ୍କ ପିଛା ୨୫ ହଜାର ଟଙ୍କାର ଫାଇନ କରିଛି ଜିଲ୍ଲା ପରିବହନ ବିଭାଗ । ନାବାଳକକୁ ଗାଡି ଚଳାଇବାକୁ ଦେବା ଅଭିଯୋଗରେ ନାବାଳକଙ୍କ ବାପାଙ୍କୁ ଏହି ଫାଇନ କରିଛି ପରିବହନ ବିଭାଗ । ଏନେଇ ପରିବହନ ବିଭାଗ ଅଧିନିୟମ ୧୯୯- A (2) ଆଧାରରେ ଏହି ଫାଇନ ହୋଇଛି । ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜିରୋ ମୋର୍ଟାଲିଟି ସପ୍ତାହ ପାଳନ କରାଯିବ । ଏଥିପାଇଁ ଜିଲ୍ଲା ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ଏନଫୋର୍ସମେଣ୍ଟ । ଏହାର ଲକ୍ଷ୍ୟ ହେଉଛି ରାସ୍ତାରେ ଦୁର୍ଘଟଣାରେ ଯେପରି କୌଣସି ଲୋକର ଜୀବନ ନଯାଉ । ଏଥିପାଇଁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସଚେତନତା ମଧ୍ୟ କରାଯାଇଛି ।

ତେବେ ଜିଲ୍ଲା ପରିବହନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦିନରେ ଜିଲ୍ଲାର ୯ଟି ଯାକ ବ୍ଲକର ବିଭିନ୍ନ ବ୍ଲାକସ୍ପଟ ଗୁଡିକରେ ଜୋରଦାର ଚେକିଂ କରାଯିବ । ଏଠାରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌, ହେଲମେଟ, ମୋବାଇଲରେ କଥା ହୋଇ ଗାଡି ଚଳାଇବା, ଟ୍ରିପଲ ରାଇଡିଙ୍ଗ, ଯୁଭେନାଇଲ ଡ୍ରାଇଭିଙ୍ଗ ଆଦି ଉପରେ କଡା ନଜର ରଖାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନାବାଳକ ଅଥବା ନାବାଳିକା ଗାଡି ଚଳାଉଥିବା ଅବସ୍ଥାରେ ଧରାପଡ଼ିଲେ ମୋଟା ଅଙ୍କର ଚାଲାଣ କଟିବା ସହ ସେମାନଙ୍କ ଅଭିଭାବକଙ୍କୁ ଜେଲକୁ ମଧ୍ୟ ଯିବାକୁ ପଡିପାରେ । ହାଇସ୍ପିଡ ଡ୍ରାଇଭିଂ ଚିହ୍ନଟ କରିବା ପାଇଁ ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ବିଭାଗର ୨ଟି ଇଣ୍ଟରସେପ୍ଟର ଗାଡି ପାଇଁତରା ମାରୁଥିବା ସୂଚନା ଦିଆଯାଇଛି । ମଦ ପିଇ ଗାଡି ଚଳାଇଲେ ବା ଓଭରସ୍ପିଡରେ ଗାଡି ଚଳାଇଲେ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.