ETV Bharat / state

ହୀରାକୁଦରେ ଜମୁଛି ପିକନିକ: ବୋଟିଂ ମଜା ନେଉଛନ୍ତି ପର୍ଯ୍ୟଟକ - ହୀରାକୁଦ ଜଳଭଣ୍ଡାର

ପର୍ଯ୍ୟଟନ ଋତୁର ଭରପୂର ମଜା ନେଉଛନ୍ତି ପର୍ଯ୍ୟଟକ । ଚଳିତ ବର୍ଷ ଠାରୁ ହୀରାକୁଦରେ ମିଳୁଛି ବୋଟିଂର ସୁବିଧା । ଏହାର ସୁଯୋଗକୁ କେହି ହାତ ଛଡା କରୁନାହାଁନ୍ତି । ଅଧିକ ପଢନ୍ତୁ..

PHOTO
ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
author img

By

Published : Dec 21, 2019, 10:20 PM IST

ସମ୍ବଲପୁର: ଚାଲିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁର ଭରପୂର ମଜା ନେଉଛନ୍ତି ପର୍ଯ୍ୟଟକ । ଫଳରେ ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ରାଜ୍ୟର ପ୍ରମୁଖ ଏକ ପର୍ଯ୍ୟଟନସ୍ଥଳୀ ହେଉଛି ସମ୍ବଲପୁର ଜିଲ୍ଲାର ଦେବ୍ରୀଗଡ ଅଭୟାରଣ୍ୟ । ପାଖରେ ଅଛି ହୀରାକୁଦ ଜଳଭଣ୍ଡାର ବିସ୍ତିର୍ଣ୍ଣ ଜଳରାଶି । ଚଳିତ ବର୍ଷ ଠାରୁ ଏଠାରେ ମିଳୁଛି ବୋଟିଂର ସୁବିଧା । ଫଳରେ ପର୍ଯ୍ୟଟକଙ୍କ ଭିଡ ଜମୁଛି ଏଠାରେ ।

ଜଳଭଣ୍ଡାରରେ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ

ପର୍ଯ୍ୟଟନ ଋତୁରେ ହୀରାକୁଦ ଜଳଭଣ୍ଡାରରେ ବୋଟିଂ ର ମଜା ନେଉଛନ୍ତି ପର୍ଯ୍ୟଟକ । ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ଜଣାପଡିଛି । ମୁଖ୍ୟତଃ ଦେବ୍ରୀଗଡ ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାର ନୀଳ ଜଳ ରାଶିରେ ବୋଟିଂର ମଜା ନେବାକୁ ଭୁଲି ନାହାଁନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ଲାଇଫ ଜ୍ୟାକେଟ ଯୋଗାଇ ଦେଉଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ଏହି ସ୍ଥାନରେ ବୋଟିଂ ସେବା ଆରମ୍ଭ ହୋଇଥିଲା ।

ବର୍ତ୍ତମାନର wildlife ଡିଏଫଓ ସନତ କୁମାରଙ୍କ ଉଦ୍ୟମରେ ଏହି ସେବା ଆରମ୍ଭ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଇଛି । ଡିଏଫଙ୍କ ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ ଏଠାରେ ମୋଟ 52 ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ବେଳେ ଏଥର ବର୍ତ୍ତମାନ ସୁଦ୍ଧା 45 ଲକ୍ଷ ଟଙ୍କା ସଂଗ୍ରହ ହୋଇସାରିଛି ।

ଆଗାମୀ ଦିନରେ ଏହାର ଉନ୍ନତିକରଣ ପାଇଁ ଆହୁରି ପଦକ୍ଷେପ ନିଆଯିବ ବୋଲି ଡିଏଫଓ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆସିଛି ଶୀତ ଋତୁ।ଆଉ ଏହି ସମୟରେ ଲୋକମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ କୁ ଭ୍ରମଣ ପାଇଁ ପ୍ରତ୍ୟେକ ବର୍ଷ ଯାଇଥାନ୍ତି। ସେଥିପାଇଁ ଶୀତ ଋତୁ କୁ ପର୍ଯ୍ୟଟନ ର ଋତୁ କୁହାଯାଏ। ଆଉ ଏହି ସମୟରେ ସମ୍ବଲପୁର ଦେବରୀଗଡ ଅଭୟାରଣ୍ୟ ପାଖରେ ଥିବା ହୀରାକୁଦ ଜଳଭଣ୍ଡାରରେ ବୋଟିଂ ର ମଜା ନେବାକୁ ଜମୁଛି ପର୍ଯ୍ୟଟନ ଙ୍କ ଭିଡ଼।

Body:ପର୍ଯ୍ୟଟନ ଋତୁରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ରେ ବୋଟିଂ ର ମଜା ନେଉଛନ୍ତି ପର୍ଯ୍ୟଟକ। ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି।ମୁଖ୍ୟତଃ ଦେବରିଗଡ଼ ଅଭୟାରଣ୍ୟକୁ ଆସୁଥିବା ଆସୁଥିବା ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାର ନୀଳ ଜଳ ରାଶିରେ ବୋଟିଂ ର ମଜା ନେବାକୁ ଭୁଲୁନାହାନ୍ତି। ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଲାଇବ ଜେକେଟ ଦିଆଯାଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ନଭେମ୍ବର ମାସରୁ ଏହି ସ୍ଥାନରେ ବୋଟିଂ ସେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ର wildlife ଡିଏଫଓ ସନତ କୁମାର ଙ୍କ ଉଦ୍ୟମ ରେ ଏହି ସେବା ଆରମ୍ଭ ହୋଇଥିଲା।ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଇଛି। ଡି ଏଫ ଙ୍କ ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ ଏଠାରେ ମୋଟ 52 ଲକ୍ଷ ଟଙ୍କାର ସଂଗ୍ରହ ହୋଇଥିବା ବେଳେ ଏଥର ବର୍ତ୍ତମାନ ସୁଦ୍ଧା ହିଁ 45 ଲକ୍ଷ ଟଙ୍କା ସଂଗ୍ରହ ହୋଇସାରିଛି।

Conclusion:ଅଗାମୀ ଦିନରେ ଏହାର ଉନ୍ନତିକରଣ ପାଇଁ ଆହୁରି ପଦକ୍ଷେପ ନିଆଯିବ ବୋଲି ଡି ଏଫ ଓ କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.