ETV Bharat / state

ବୁର୍ଲା ପୋଲିସକୁ ସଫଳତା; 12 ହଜାର ଟଙ୍କାର ଜାଲ ନୋଟ ଜବତ, ୩ ଗିରଫ

ସମ୍ବଲପୁର ବୁର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି 12 ହଜାର ୩ଶହ ଟଙ୍କା ଜବତ କରିବା ସହ ରାକେଟରେ ସାମିଲ 3 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବୁର୍ଲା ପୋଲିସକୁ ସଫଳତା, 12 ହଜାର ଜାଲ ନୋଟ ଜବତ,୩ ଗିରଫ

author img

By

Published : Sep 2, 2021, 2:39 PM IST

ସମ୍ବଲପୁର: ଜିଲ୍ଲାରେ ଜୋରଦାର ଚାଲିଛି ନକଲି ନୋଟ କାରବାର । ପୁଣି ଜବତ ହୋଇଛି ନକଲି ନୋଟ । ସମ୍ବଲପୁର ବୁର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି 12 ହଜାର ୩ଶହ ଟଙ୍କା ଜବତ କରିବା ସହ ରାକେଟରେ ସାମିଲ 3 ଜଣଙ୍କୁ ଗିରଫ କରିଛି ।

ବୁର୍ଲା ପୋଲିସକୁ ସଫଳତା, 12 ହଜାର ଜାଲ ନୋଟ ଜବତ,୩ ଗିରଫ

ଗିରଫ ଅଭିଯୁକ୍ତମାନେ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚର ବୋଲି ସୂଚନା ଦେଇଛନ୍ତି ଏସପି ବାତୁଲା ଗଙ୍ଗାଧର । ଅଭିଯୁକ୍ତମାନଙ୍କ ନିକଟରୁ 100, 200, 500 ଓ 2000 ଟଙ୍କିଆ ନକଲି ନୋଟ ଜବତ ହୋଇଛି । ଟଙ୍କା ତିଆରି କାଗଜ, ଗାନ୍ଧୀ ମୁଣ୍ଡ ଥିବା ରବର ଷ୍ଟାମ୍ପ ,ମୋଟର ସାଇକେଲ, ଅଟୋ ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଗତ ଅଗଷ୍ଟ 8 ତାରିଖରେ ସମ୍ବଲପୁର ଟାଉନ ଥାନା ପୋଲିସ 13 ଲକ୍ଷ 85 ହଜାର ଟଙ୍କା ନକଲି ନୋଟ ଜବତ କରି 6 ଜଣକୁ ଗିରଫ କରିଥିଲା । ଏହା ପରେ କାରବାର ଚେର ପାଖରେ ପହଞ୍ଚିବାକୁ ସକ୍ରିୟ ହୋଇଥିଲା ସମ୍ବଲପୁର ପୋଲିସ । ବୁର୍ଲା ପୋଲିସ ଏ ଦିଗରେ ତଦନ୍ତ ଜୋରଦାର କରିଥିଲା । ଆଉ ଏବେ ଆଉ ଏକ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.