ETV Bharat / state

ପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି । ସାନ ଭାଇକୁ ହତ୍ୟା କଲା ବଡ ଭାଇ । ଅଧିକ ପଢନ୍ତୁ......

The younger brother killed the elder brother
ପାରିବାରିକ କଳହର କରୁଣ ପରିଣତି
author img

By

Published : Apr 9, 2020, 5:15 PM IST

ସମ୍ବଲପୁର: ଘରୋଇ କଳହର କରୁଣ ପରିଣତି । ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ ହୋଇଥିବା ଅଭିଯୋଗ ଆସଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଅନ୍ତର୍ଗତ ନୂଆ ଅଢାପଡା ଗାଁରେ। ଅଭିଯୁକ୍ତ ଘାସିରାମ ବୀରଗଣ୍ଠିଆଙ୍କୁ ପୋଲିସ ଗିରଫ କରିଛି । ତେବେ ସୂଚନା ଅନୁଯାୟୀ, ସାନ ଭାଇ ରସାନନ୍ଦ ଗୋଟିଏ ଯାତ୍ରୀବାହୀ ବସରେ ହେଲ୍ପର୍ ଭାବରେ କାମ କରୁଥିଲା। କୈଣସି କାରଣ ବଶତଃ ଦୁଇ ମାସ ହେବ ତାଙ୍କର ପତ୍ନୀ ଓ ଛୁଆ ତାକୁ ଛାଡି ଚାଲିଯାଇଥିଲେ । ସେମାନଙ୍କୁ ବୁଝାସୁଝା କରି ଫେରାଇ ଆଣିବାକୁ ସାନ ଭାଇ ବଡ଼ ଭାଇକୁ ବାରମ୍ବାର କହୁଥିଲା।

କିନ୍ତୁ ହଠାତ ସାନ ଭାଇର ମୃତ ଦେହ ବଡ଼ ଭାଇ ଘର ପାଖରୁ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ସାନ ଭାଇର ହତ୍ୟାରେ ବଡ ଭାଇର ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଘାସିରାମଙ୍କ ପରିବାର ମଧ୍ୟ ଫେରାର ହୋଇ ଯାଇଛନ୍ତି । ତେବେ, ଅଭିଯୁକ୍ତର ମୋବାଇଲ ଟ୍ରାକିଙ୍ଗ କରି ଧମା ପୋଲିସର ସହାୟତାରେ ଅଭିଯୁକ୍ତ ବଡ଼ ଭାଇକୁ ଯୁଜୁମୁରା ପୋଲିସ ଗିରଫ କରିଛି। ସମ୍ବଲପୁର ଜୁଜୁମୁରା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.