ETV Bharat / state

କଳହର କରୁଣ ପରିଣତି; କଙ୍ଗାରୁ କୋର୍ଟରେ ଲଣ୍ଡା ହେଲେ ମହିଳା - କଳହର କରୁଣ ପରିଣତି

ପାରିବାରିକ କହଳର କରୁଣ ପରିସ୍ଥିତି । ଦେଢଶୂର ସହ ଝଗଡା କରିବାରୁ କଙ୍ଗାରୁ କୋର୍ଟରେ ମହିଳାଙ୍କୁ କରାଗଲା ଲଣ୍ଡା । ଅଧିକ ପଢନ୍ତୁ...

କଙ୍ଗାରୁ କୋର୍ଟରେ ଲଣ୍ଡା ହେଲେ ମହିଳା
କଙ୍ଗାରୁ କୋର୍ଟରେ ଲଣ୍ଡା ହେଲେ ମହିଳା
author img

By

Published : Feb 10, 2021, 8:55 AM IST

Updated : Feb 10, 2021, 9:34 AM IST

ସମ୍ବଲପୁର: ପାରିବାରିକ କହଳର କରୁଣ ପରିସ୍ଥିତି । ସାମାଜିକ କୁସଂସ୍କାରର ଶିକାର ହେଲେ ମହିଳା । ଦେଢଶୂର ସହ ଝଗଡା କରିବାରୁ କଙ୍ଗାରୁ କୋର୍ଟରେ ମହିଳାଙ୍କୁ କରାଗଲା ଲଣ୍ଡା । ମହିଳାଙ୍କୁ ଲଣ୍ଡା କରିବା ସହ 6 ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଏନେଇ ୯ ଜଣକ ନାଁରେ ସମ୍ବଲପୁର କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ପୀଡିତା । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି କୁଚିଣ୍ଡା ପୋଲିସ ।

କଙ୍ଗାରୁ କୋର୍ଟରେ ଲଣ୍ଡା ହେଲେ ମହିଳା

ଅଭିଯୋଗ ଅନୁସାରେ,ଗତ 7 ତାରିଖ ଦିନ ପୀଡିତାଙ୍କ ସହିତ ତାଙ୍କ ଶାଶୂ ଓ ଦେଢଶୁରଙ୍କ ଝଗଡା ହୋଇଥିଲା । ଏହି ସମୟରେ ଏତେ ଜୋରରେ କାହିଁକି ପାଟି କରୁଛ କହି ପୀଡିତା ଜଣକ ବଡ ଯା’ଙ୍କ ମୁହଁ ଚାପି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ଶାଶୁ ଓ ଯା ତାଙ୍କୁ ମାଡ ମାରିଥିଲେ । ପରେ ଏହି ଘଟଣାକୁ ନେଇ ଗାଁରେ ଏକ ସମାଜିକ ବୈଠକ ବସିଥିଲା । ଯାହାକୁ ପରିବାର ଲୋକେ କଙ୍ଗାରୁ କୋର୍ଟ ଡାକି ପୀଡିତାଙ୍କୁ ଲଣ୍ଡା କରିବା ସହ ଜୋରିମାନା ଦେବାକୁ କହିଥିଲେ ।

ସେପଟେ, ପୀଡିତାଙ୍କ ସ୍ବାମୀ ଅଧିକ ଟଙ୍କା ଦେଇ ସ୍ତ୍ରୀଙ୍କୁ ଲଣ୍ଡା ନ କରିବାକୁ ଅନୁରୋଧ କରିଥିଲେ । ହେଲେ ଏଥିରେ କେହି ଭୃକ୍ଷେପ ନ କରି ମହିଳାଙ୍କୁ ଲଣ୍ଡା କରିବା ପରେ ଲୋକ ଲଜ୍ଜା ସହିନପାରି ବାପଘରକୁ ଚାଲିଯାଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 10, 2021, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.