ETV Bharat / state

ରାଜ୍ୟ ସରକାରଙ୍କ ସମଲେଇ ଯୋଜନା: ଥଇଥାନ ଓ କ୍ଷତିପୂରଣ ନେଇ ପୂଜକ ଅସନ୍ତୋଷ

author img

By

Published : Apr 10, 2021, 8:39 AM IST

Updated : Apr 10, 2021, 9:25 AM IST

ରାଜ୍ୟ ସରକାରଙ୍କ ସମଲେଇ ଯୋଜନାରେ ଥଇଥାନକୁ ନେଇ ପୂଜକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ସମଲେଇ ଯୋଜନା: ଥଇଥାନ ଓ କ୍ଷତିପୂରଣ ନେଇ ପୂଜକ ଅସନ୍ତୋଷ
ରାଜ୍ୟ ସରକାରଙ୍କ ସମଲେଇ ଯୋଜନା: ଥଇଥାନ ଓ କ୍ଷତିପୂରଣ ନେଇ ପୂଜକ ଅସନ୍ତୋଷ

ସମ୍ବଲପୁର: ରାଜ୍ୟ ସରକାର ସମଲେଇ ଯୋଜନାରେ ପ୍ରଭାବିତ ଲୋକଙ୍କ ଥଇଥାନ ଓ ପୁନର୍ବାସକୁ ଅନୁମୋଦନ କରିଛନ୍ତି । କିନ୍ତୁ ଥଇଥାନ ବ୍ୟବସ୍ଥାକୁ ନେଇ ପୂଜକ ମହଲରେ ଅସନ୍ତୋଷ ଦେଖାଦେଇଛି । ପୂଜକମାନଙ୍କୁ ଦୂରରେ ରଖାଯାଉଥିବାରୁ ମନ୍ଦିର କାର୍ଯ୍ୟରେ ବାଧା ଉପୁଜିବ ବୋଲି ପୂଜକମାନେ କହିଛନ୍ତି ।

ଏହି ଯୋଜନାରେ ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କରାଯାଇଛି । ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଏବଂ ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କୁହାଯାଇଛି । ହେଲେ ଏହି ଯୋଜନାକୁ ନେଇ ସମଲେଶ୍ବରୀ ମନ୍ଦିରର ପୂଜକମାନେ ଅସନ୍ତୋଷ ପ୍ରକଟ କରିଛନ୍ତି । ପୂଜକମାନେ ବିକାଶକୁ ସେମାନେ ସ୍ୱାଗତ କରିଛନ୍ତି କିନ୍ତୁ ଥଇଥାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂଜକ । ମା' ସମଲେଶ୍ବରୀଙ୍କ ପୂଜା ଏବଂ ପ୍ରଥମ ଆଳତି ଭୋର ୪ଟାରୁ ହୋଇଥାଏ । ତେଣୁ ମା'ଙ୍କ ଅତି ନିକଟରେ ପୂଜକମାନେ ରହୁଛନ୍ତି ।

ଏଥିପାଇଁ ଠିକ ସମୟରେ ପୂଜା ହୋଇ ପାରୁଛି । ପର୍ଵପର୍ବାଣିରେ ମଧ୍ୟ ପୂଜକଙ୍କ ଘରୁ ଭୋଗ ଆସିବାର ପରମ୍ପରା ରହିଛି । ତେଣୁ ଯଦି ପୂଜକମାନଙ୍କୁ ମନ୍ଦିରଠାରୁ ଦୂରରେ ରଖାଯାଏ ତା ହେଲେ ନୀତିକାନ୍ତି, ଭୋଗ ରାଗରେ ବାଧା ଉପୁଜିବ ବୋଲି ମନ୍ଦିରର ପୂଜକମାନେ କହିଛନ୍ତି । ସେପଟେ ପୂଜକମାନଙ୍କୁ ମିଳୁଥିବା ଘର ଏବଂ ଭଡା ବାବଦ ଟଙ୍କାକୁ ନେଇ ପୂଜକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Apr 10, 2021, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.