ETV Bharat / state

ସମଲେଶ୍ବରୀ ମନ୍ଦିର ଖୋଲିବା ପାଇଁ ଦାବି କଲା ବିଜେପି

author img

By

Published : Dec 17, 2020, 8:40 PM IST

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ମନ୍ଦିର ଖୋଲିବା ନେଇ ପଶ୍ଚିମ ଓଡିଶାରେ ଦାବି ଜୋରଦାର । ଜିଲ୍ଲା ପ୍ରଶାସନକୁ ବିଜେପିର ଦାବି ପତ୍ର । ପଢନ୍ତୁ ଅଧିକ.....

ସମଲେଶ୍ବରୀ ମନ୍ଦିର ଖୋଲିବା ପାଇଁ ଦାବି କଲା ବିଜେପି
ସମଲେଶ୍ବରୀ ମନ୍ଦିର ଖୋଲିବା ପାଇଁ ଦାବି କଲା ବିଜେପି

ସମ୍ବଲପୁର: ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ମନ୍ଦିର ଖୋଲିବା ନେଇ ପଶ୍ଚିମ ଓଡିଶାରେ ଦାବି ଜୋର ଧରିଛି । ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ମନ୍ଦିର ଖୋଲିବା ସପକ୍ଷରେ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଛି ଜିଲ୍ଲା ବିଜେପି ।

ଆଜି ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ଏକ ଟିମ ଜିଲ୍ଳା ପ୍ରଶାସନକୁ ସମଲେଶ୍ବରୀ ମନ୍ଦିର ସମେତ ପାଟମେଶ୍ବରୀ ମନ୍ଦିର, ହୁମାର ବକ୍ର ମନ୍ଦିର, ଘଣ୍ଟେଶ୍ବରୀ ମନ୍ଦିର, ମାନେଶ୍ବରର ମାନ୍ଧାତା ବାବା ମନ୍ଦିର ଖୋଲିବାକୁ ଲିଖିତ ଦାବି କରିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବି ପତ୍ର ଗ୍ରହଣ କରିବାକୁ କୌଣସି ଅଧିକାରୀ ବହୁ ସମୟ ପର୍ଯ୍ୟନ୍ତ ନଆସିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଅତିରିକ୍ତ ଜିଲ୍ଲାପାଳ ସେଠାକୁ ଆସି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

ଅନ୍ୟପଟେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ଯେ ମନ୍ଦିର ଭିତରେ ବର୍ତ୍ତମାନ ଲାଇଟ ଏଣ୍ଡ ସାଉଣ୍ଡ ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହି ଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ମନ୍ଦିର ଖୋଲିବା ସମ୍ଭବପର ନୁହେଁ । ତେବେ ନୂଆ ବର୍ଷରେ ମନ୍ଦିର ଖୋଲିବାର ସମ୍ଭାବନା ଥିବା ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.