ETV Bharat / state

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ - sambalpur temporary staff protest

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅସ୍ଥାୟୀ କର୍ମଚାରୀ ସଙ୍ଘର ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ମାମଲାରେ କୁଳପତି ନିଜେ ସିଣ୍ଡିକେଟର ଅଧ୍ୟକ୍ଷତା କରିଥିବାରୁ ଏହାକୁ ବିରୋଧ କରିଛି ସଙ୍ଘ । ଅଧିକ ପଢନ୍ତୁ...

ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

author img

By

Published : Apr 26, 2021, 9:39 PM IST

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀଙ୍କ ଆତ୍ମହତ୍ୟା ପରେ ବିଶ୍ୱ ବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ଆଜିବି ଅସନ୍ତୋଷ ଜାରି ରହିଛି ।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣା ଓ ଏହାର ତଦନ୍ତ ପ୍ରକ୍ରିୟାକୁ ବିରୋଧ କରି କର୍ମଚାରୀ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ଏହି ମାମଲା ନେଇ ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ବୈଠକରେ କୁଳପତି ନିଜେ ଅଧ୍ୟକ୍ଷତା କରିବାର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଅସ୍ଥାୟୀ କର୍ମଚାରୀ । ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରି ଓ ତଥା ଏହି ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ସଂଘ ।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଓ ଧାରଣା ପ୍ରଦର୍ଶନ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ । ଯଦି ଏହି ସମୟ ମଧ୍ୟରେ ଦାବି ପୂରଣ ନହୁଏ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଆମରଣ ଅନଶନ କରାଯିବ ବୋଲି କର୍ମଚାରୀ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.