ETV Bharat / state

ବୁର୍ଲା ମେଡିକାଲ କଲେଜରେ ଉନ୍ନୟନ କମିଶନରଙ୍କ ସମୀକ୍ଷା ବୈଠକ

author img

By

Published : Nov 26, 2019, 10:40 PM IST

ଉନ୍ନୟନ ଆୟୁକ୍ତ ସୁରେଶ ମହାପାତ୍ର ବୁର୍ଲା ମେଡିକାଲ କଲେଜରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି ।

ବୁର୍ଲାରେ ସୁରେଶ ମହାପାତ୍ରଙ୍କ ସମୀକ୍ଷା ବୈଠକ
ବୁର୍ଲାରେ ସୁରେଶ ମହାପାତ୍ରଙ୍କ ସମୀକ୍ଷା ବୈଠକ

ସମ୍ବଲପୁର: ଜିଲ୍ଲାର ବୁର୍ଲା ମେଡିକାଲ କଲେଜ ଗସ୍ତରେ ଉନ୍ନୟନ ଆୟୁକ୍ତ ସୁରେଶ ମହାପାତ୍ର । ମଙ୍ଗଳବାର ସେ ବୁର୍ଲା ମେଡିକାଲ କଲେଜରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ମେଡିକାଲ କଲେଜରେ ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କରିଛନ୍ତି ।

ବୁର୍ଲାରେ ସୁରେଶ ମହାପାତ୍ରଙ୍କ ସମୀକ୍ଷା ବୈଠକ

ଏହି ଅବସରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେବ ସ୍ଥାୟୀ ନିର୍ଦ୍ଦେଶକ ପଦବୀ ଖାଲି ଥିବାବେଳେ ଅଗାମୀ ଦିନରେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯିବ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

ଏହାସହ ବୁର୍ଲା ମେଡିକାଲରେ ଖାଲିଥିବା ପାରା ମେଡିକାଲ ପଦଵୀ ଗୁଡିକରେ ପୁଣିଥରେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଭର୍ତ୍ତି କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେବ ୟୁରୋଲୋଜି, ନେଫ୍ରୋଲୋଜି ଓ ନିୟୁରୋଲୋଜି ଡାକ୍ତର ପଦବୀ ଖାଲି ଥିବାରୁ କଟକରେ ଏହି ବିଭାଗରେ ପାସ୍‌ଆଉଟ ଡାକ୍ତରଙ୍କୁ ବୁର୍ଲାରେ ବାଧ୍ୟତାମୂଳକ ନିଯୁକ୍ତି କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି ।

ଏହାସହ ବୁର୍ଲା ମେଡିକାଲର ନିଜସ୍ବ ଜମି ସମସ୍ୟାକୁ ଦୂର କରିବାକୁ 79 ଏକର ଜମି ଚିହ୍ନଟ କରାଯାଇଛି ବୋଲି ସୂଚନା ଦିଆଯାଇଛି । ବୁର୍ଲା ମେଡିକାଲରେ ନବନିର୍ମିତ ସୁପର ସ୍ପେସିଆଲିଟି ୱାର୍ଡର କାର୍ଯ୍ୟକ୍ଷମ ହେବା ପୂର୍ବରୁ ମାନବ ସମ୍ବଳ ଯୋଗାଯିବା ପାଇଁ ମେଡିକାଲ ଉନ୍ନୟନ ଆୟୁକ୍ତଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପଟେ ଅନ୍ୟ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ବା ଭିତ୍ତିଭୂମିକୁ ନିର୍ଦ୍ଧିଷ୍ଟ ଡେଡ୍‌ଲାଇନ ଭିତରେ ସମାପ୍ତ କରିବାକୁ ଉନ୍ନୟନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ, ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ମେଡିକାଲ କଲେଜ ଗସ୍ତରେ ଉନ୍ନୟନ ଆୟୁକ୍ତ ଶୁରେଶ ମହାପାତ୍ର। ଆଜି ସେ ବୁର୍ଲା ମେଡିକାଲ କଲେଜ ରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଲାଇନ ଡିପାର୍ଟମେଂଟର ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରି ମେଡିକାଲ କଲେଜରେ ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମି ର ବିକାଶ ନେଇ ଆଲୋଚନା କରିଛନ୍ତି।ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Body:ସମ୍ବଲପୁର ବୁର୍ଲା ମେଡିକାଲ ରେ ଦୀର୍ଘ ଦିନ ହେବ ସ୍ଥାୟୀ ନିର୍ଦେଶକ ପଦବୀ ଖାଲି ଥିବା ବେଳେ ଅଗାମୀ ଦିନରେ ଭାରପ୍ରାପ୍ତ ନିର୍ଦେଶକ ଙ୍କୁ କ୍ଷମତା ପ୍ରଦାନ କରାଯିବ ବୋଲି କହିଛନ୍ତି ଉନ୍ନୟନ ଆୟୁକ୍ତ ଶୁରେଶ ମହାପାତ୍ର।ଏହା ସହ ବୁର୍ଲା ମେଡିକାଲରେ ଖାଲି ଥିବା ପାରା ମେଡିକାଲ ପଦଵୀ ଗୁଡିକରେ ପୁଣି ଥରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ଭର୍ତ୍ତି କରାଯାଇ ଥିବା ଏହି ସମସ୍ୟାର ସମାଧାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏହା ସହ ବୁର୍ଲା ମେଡିକାଲ ରେ ଦୀର୍ଘ ଦିନ ହେବ ଇଉରୋଲୋଜି, ନେଫ୍ରୋଲୋଜି ଓ ନିୟୁରୋଲୋଜି ଡାକ୍ତର ପଦବୀ ଖାଲି ଥିବାରୁ କଟକରେ ଏହି ବିଭାଗ ରେ ପାସ ଆଉଟ ଡାକ୍ତର ମାନଙ୍କୁ ବୁର୍ଲା ରେ ବାଧ୍ୟତାମୂଳକ ନିଯୁକ୍ତି କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି।ଏହା ସହ ବୁର୍ଲା ମେଡିକାଲ ର ନିଜସ୍ୱ ଜମି ସମସ୍ୟା କୁ ଦୂର କରିବାକୁ 79 ଏକର ଜମି ଚିହ୍ନଟ କରାଯାଇଛି ବୋଲି ସୂଚନା ଦିଆଯାଇଛି। ବୁର୍ଲା ମେଡିକାଲ ରେ ନବନିର୍ମିତ ସୁପର ସ୍ପେସିଆଲିଟି ୱାର୍ଡ ର କାର୍ଯ୍ୟକ୍ଷମ ହେବା ପୂର୍ବରୁ ମାନବ ସମ୍ବଳ ଯୋଗାଯିବା ପାଇଁ ମେଡିକାଲ ଦିନ ଉନ୍ନୟନ ଆୟୁକ୍ତ ଙ୍କୁ ପ୍ରସ୍ତାବ ଦେଇଛନ୍ତି।

Conclusion:ଅନ୍ୟ ପଟେ ଅନ୍ୟ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ବା ଭିତ୍ତିଭୂମି କୁ ନିର୍ଦ୍ଧିଷ୍ଟ ଡେଡ଼ ଲାଇନ ଭିତରେ ସମାପ୍ତ କରିବାକୁ ଉନ୍ନୟନ ଆୟୁକ୍ତ ନିର୍ଦେଶ ଦେଇଥିବା କହିଛନ୍ତି।

ବାଇଟ-1-ସୁରେଶ ମହାପାତ୍ର, ଉନ୍ନୟନ ଆୟୁକ୍ତ।

ବାଇଟ-2-ବ୍ରଜ ମୋହନ ମିଶ୍ର, ଡିନ,ବୁର୍ଲା ମେଡିକାଲ କଲେଜ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.