ETV Bharat / state

ଅଧାରେ ଅଟକିଛି ପରୀକ୍ଷା, ଚିନ୍ତାରେ ଛାତ୍ରଛାତ୍ରୀ... - Students and parents are worried about the lock down,due to examination

ଅନ୍ଧାରରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ । ଲକ ଡାଉନ ଯୋଗୁଁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ.....

Students and parents are worried about the lock down,due  to examination
ଅନ୍ଧାରରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ
author img

By

Published : Apr 10, 2020, 8:58 PM IST

Updated : Apr 11, 2020, 9:47 AM IST

ସମ୍ବଲପୁର : ଲକଡାଉନ ଯୋଗୁଁ ଆବାଳ-ବୃଦ୍ଧ-ବନୀତା ସମସ୍ତେ ହନ୍ତସନ୍ତ । ଘରେ ରହି ରହି କାହାର ବେଉଷା ବୁଡିଲାଣି, ତ କାହାର ଫସଲ ଉଜୁଡିଲାଣି । ସେପଟେ ଛାତ୍ରଛାତ୍ରୀ ବି ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ । ଯେବେ ରେଜଲ୍ଟ ଆସିବା କଥା, ସେବେ ପରୀକ୍ଷା ଆରମ୍ଭ ବି ହୋଇନି । ଆଉ ପୁଣି କାହାର ଅଧାରେ ଅଟକିଛି ପରୀକ୍ଷା ।

ଅନ୍ଧାରରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ

ସେପଟେ କୋର୍ସ ସାରିବା ପାଇଁ ଅନଲାଇନରେ ପାଠ ପଢାଯାଉଥିଲେ ମଧ୍ୟ କ୍ଲାସରୁମକୁ ମିସ କରୁଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ ପାଠପଢା, ପରୀକ୍ଷାକୁ ନେଇ ଅଭିଭାବକମାନେ ବି ଚିନ୍ତାରେ । ଯୁକ୍ତ 2, ଯୁକ୍ତ 3,, ICSE ଓ CBSE ସମସ୍ତ ପିଲାଙ୍କର ସମାନ ଅବସ୍ଥା । କିଏ ଅଲଲାଇନ ପାଠପଢି ଖୁସ, ତ କିଏ ପରୀକ୍ଷା ସରିଯାଇଥିଲେ ଚିନ୍ତା ଯାଇଥାନ୍ତା ବୋଲି କହି ଚିନ୍ତାରେ ।

ତେବେ ପିଲାମାନେ ସମୟ ଅପଚୟ ନକରି ଅନଲାଇନରେ ନିଜକୁ ପ୍ରସ୍ତୁତ କରିବା ପାଇଁ କହିବା ସହ, ଲକଡାଉନ ହେତୁ ଯାହା ହେବ ସବୁ ପିଲାଙ୍କ ପାଇଁ ଏକାଠି ହେବ କହି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସାନ୍ତ୍ବନା ଦେଇଛନ୍ତି ଶିକ୍ଷାବିତ୍ । କେବେ ହଟିବ ଲକଡାଉନ କେବେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ? ସେନେଇ ପ୍ରଶାସନ ଠାରୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ସମସ୍ତେ ଚିନ୍ତାରେ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

Last Updated : Apr 11, 2020, 9:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.