ETV Bharat / state

ମାଡ ମାରିଲେ ଅବସରପ୍ରାପ୍ତ ଶିକ୍ଷକ, ବିଷ ପିଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ !

author img

By

Published : Nov 30, 2021, 9:21 PM IST

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ମାଡ ଖାଇ ଅପମାନିତ ବୋଧ କରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୁଚିଣ୍ଡା ସରକାରୀ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ

Student suicide attempt
ପୂର୍ବ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ !

ସମ୍ବଲପୁର: ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ଜିଲ୍ଲାର ଜମେନକିରା ବ୍ଲକ କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର B .E. G college ର ଜଣେ ଛାତ୍ର ଅବସରପ୍ରାପ୍ତ ଶିକ୍ଷକଙ୍କ ମାଡରେ ଅପମାନ ସହି ନପାରି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୁଚିଣ୍ଡା ସରକାରୀ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ଜଣେ ଅବସରପ୍ରାପ୍ତ ଶିକ୍ଷକ କୌଣସି କାମରେ ଭୋଜପୁର ସ୍ଥିତ B.E.G କଲେଜ ଆସିଥିଲେ । ଏହି ସମୟରେ ସମ୍ପୃକ୍ତ ଶିକ୍ଷକ ଛାତ୍ରଙ୍କୁ ଡକାଇ ସହପାଠୀ ମାନଙ୍କ ସମ୍ମୁଖରେ କୌଣସି ଘଟଣାକୁ ନେଇ ମାଡ ମାରିଥିବା ଜଣାପଡିଛି । ମାଡ଼ ମାରିବା ସମୟରେ ସେହି ଛାତ୍ରଙ୍କ ଅନେକ ସହପାଠୀ ସେଠାରେ ଉପସ୍ଥିତ ଥିଲେ । ସହପାଠୀଙ୍କ ସାମ୍ନାରେ ମାଡ ଖାଇଥିବାରୁ ଛାତ୍ର ଜଣଙ୍କ ଅପମାନ ବୋଧ କରିଥିଲେ ଓ ବିଷ ପିଇଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ବିଷ ଦେଇ ଥିବା ଖବର ପ୍ରଚାରିତ ହେବା ପରେ ମାଡ଼ ମାରିଥିବା ଶିକ୍ଷକ ଫେରାର ହୋଇଯାଇଛନ୍ତି । ଏନେଇ ଛାତ୍ରଙ୍କ ମା’ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣାଟି ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଓ ଅଭିବାବକ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ କିଭଳି ଜଣେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷାନୁଷ୍ଠାନ ପରିସରରେ ଜଣେ ଛାତ୍ରଙ୍କୁ ମାଡ ମାରିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ତ୍ତମାନ ଛାତ୍ର ଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ତେବେ ମାଡ଼ ମାରିଥିବା ଶିକ୍ଷକ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।

ସମ୍ବଲପୁରରୁ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.