ETV Bharat / state

ସମ୍ବଲପୁରରେ ଆରମ୍ଭ ହେଲା ଅନଲାଇନ ଭିନ୍ନକ୍ଷମ ଚିହ୍ନଟ ଅଭିଯାନ - ଅନଲାଇନ ଭିନ୍ନକ୍ଷମ ଚିହ୍ନଟ ଅଭିଯାନ

ସମ୍ବଲପୁରରେ ଆରମ୍ଭ ହୋଇଛି ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା । ଘରକୁ ଘର ବୁଲି ଚିହ୍ନଟ କରିବାକୁ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହାୟତା ନିଆଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଗୁଗୁଲ ଫର୍ମ ଦ୍ବାରା ଅନଲାଇନରେ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ଜିଲ୍ଲା ପ୍ରଶାସନକୁ ଜଣେଇ ପାରିବେ ସାଧାରଣ ଲୋକ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଆରମ୍ଭ ହେଲା ଅନଲାଇନ ଭିନ୍ନକ୍ଷମ ଚିହ୍ନଟ ଅଭିଯାନ

author img

By

Published : Jun 21, 2022, 1:52 PM IST

ସମ୍ବଲପୁର: ଜିଲ୍ଲାରେ ଆରମ୍ଭ ହୋଇଛି ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା । ଘରକୁ ଘର ବୁଲି ଚିହ୍ନଟ କରିବାକୁ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସହାୟତା ନିଆଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତିଆରି ହେଲା ଅନଲାଇନ ଗୁଗୁଲ ଫର୍ମ । ଅନଲାଇନରେ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ଜିଲ୍ଲା ପ୍ରଶାସନକୁ ଜଣେଇ ପାରିବେ ଜଣେ ସାଧାରଣ ଲୋକ ।

ସମ୍ବଲପୁରରେ ଆରମ୍ଭ ହେଲା ଅନଲାଇନ ଭିନ୍ନକ୍ଷମ ଚିହ୍ନଟ ଅଭିଯାନ

ସାଧାରଣ ବ୍ୟକ୍ତି ନିଜ ପାଖରେ ଥିବା ଭିନ୍ନକ୍ଷମ ବ୍ୟକ୍ତି ସବୁ ସୂଚନା ନିର୍ଦ୍ଧାରିତ ଗୁଗୁଲ ଫର୍ମରେ ଦେଇ ଅପଲୋଡ଼ କରିପାରିବେ । ଏହି ସେବା ସମ୍ବଲପୁରରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଆରମ୍ଭ ହୋଇଛି । ତେବେ ଜନ ପ୍ରତିନିଧି ଯଥା ଜିଲ୍ଲା ପରିଷଦ, ସମିତି ସଭ୍ୟ,ସରପଞ୍ଚ, ୱାର୍ଡମେମ୍ବର ମାନଙ୍କୁ ତାଲିମ ଦିଆଯାଇ ଘରକୁ ଘର ବୁଲି ଭିନ୍ନକ୍ଷମ ଚିହ୍ନଟ କରାଯାଉଛି । CDPO, ଅଙ୍ଗନବାଡି କର୍ମୀ, ଜିଆରଏସ, ପିଇଓ, ଅଶାକର୍ମୀ ମାନେ ଘରକୁ ଘର ଯାଇ ଜନ ପ୍ରତିନିଧିଙ୍କ ସହାୟତା ରେ ଭିନ୍ନକ୍ଷମ ଚିହ୍ନଟ କରୁଛନ୍ତି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତକୁ ଫର୍ମ ଯୋଗାଇ ଦିଆଯାଇଛି ଓ ବ୍ଲକ ସ୍ତରରେ ବିଡ଼ିଓ ମାନଙ୍କ ଦ୍ବାରା ସଚେତନତା ମଧ୍ୟ କରାଯାଉଛି । ଏହା ଦ୍ବାରା ଜିଲ୍ଲାର ପ୍ରତ୍ୟେକ ଭିନ୍ନକ୍ଷମ ଚିହ୍ନଟ ହୋଇ ପରିବା ସହ ସେମାନଙ୍କ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ ରବୀନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.