ETV Bharat / state

ସମ୍ବଲପୁରବାସୀଙ୍କୁ ଆଶ୍ବସ୍ତି ! ହାତୀ ଉପଦ୍ରବରୁ ବଞ୍ଚାଇବ ସୋଲାର ଫେନ୍ସିଂ - ହାତୀ ଉପଦ୍ରବରୁ ବଞ୍ଚାଇବ ସୋଲାର ଫେନ୍ସିଂ

ସମ୍ବଲପୁରରେ ହାତୀ ଉପଦ୍ରବରେ ଲାଗିବ ଲଗାମ । ଥମିବ ହାତୀ-ମଣିଷ ଲଢେଇ । ଧନ, ଜୀବନ ନଷ୍ଟ ଭୟରୁ ମିଳିବ ମୁକ୍ତି । କାରଣ ଜିଲ୍ଲାର ହାତୀ ବହୁଳ ଅଞ୍ଚଳର ଜନବସତି ର ସୁରକ୍ଷା ପାଇଁ ଯୋଜନା କରିଛି ବନବିଭାଗ । ଅଧିକ ପଢନ୍ତୁ..

ସୋଲାର ଫେନ୍ସିଂ
ସୋଲାର ଫେନ୍ସିଂ
author img

By

Published : Oct 26, 2020, 11:03 PM IST

ସମ୍ବଲପୁର: ଜିଲ୍ଲାରେ ରହିଛି ରାଜ୍ୟର ଅନ୍ୟତମ ହାତୀ ସଂରକ୍ଷିତ ଜଙ୍ଗଲ। ତେବେ ଏହି ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଜନବସତିର ଲୋକେ ସବୁ ବେଳେ ହାତୀ ଉପଦ୍ରବର ଶୀକାର ହୋଇ ଆସୁଛନ୍ତି। ହାତୀଙ୍କ ଦ୍ୱାର ବ୍ୟାପକ ଧନ ଜୀଵନ ହାନୀ ହେଉଛି। ଆଉ ବେଳେ ବେଳେ ଏହି ହାତୀ ଓ ମଣିଷର ଲଢେ଼ଇରେ ହାତୀ ମଧ୍ୟ ଜୀବନ ହରାଉଛି। ଏଭଳି ପରିସ୍ଥିତିରେ ଏବେ ବନ ବିଭାଗ ସମ୍ବଲପୁରର ହାତୀ ବହୁଳ ଅଞ୍ଚଳର ବସତି ଗୁଡିକରେ ହାତୀ ଉପଦ୍ରବ ରୋକିବାକୁ ସୋଲାର ଫେନ୍ସିଂ କାର୍ଯ୍ୟକାରୀ କରିବାକୁ ଯାଉଛି।

ସୋଲାର ଫେନ୍ସିଂ
ସମ୍ବଲପୁର ଜିଲ୍ଲାରେ ହାତୀ ଉପଦ୍ରବ ରୋକିବାକୁ ହେବ ସୋଲାର ଫେନ୍ସିଂ ସିଷ୍ଟମ। ସୋଲାର ଫେନସିଂ ବା ସୋଲାର ବାଡ଼ ହାତୀକୁ ଜନ ବସତି ଅଞ୍ଚଳ କୁ ପ୍ରବେଶ କରିବାରେ ରୋକ ଲଗାଇବ। ଏହା ଦ୍ୱାରା ମଣିଷର ଧନ ଜୀବନ ରକ୍ଷା ସହ ହାତୀ ମଧ୍ୟ ସୁରକ୍ଷିତ ରହିବ।

ବାରମ୍ବାର ସମ୍ବଲପୁର ଜିଲ୍ଲାରେ ହାତୀ ଓ ମଣିଷ ଲଢେ଼ଇରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀର ଜୀବନ ଯିବାର ନଜିର ରହିଛି। ଏଭଳି ପରିସ୍ଥିତି ରେ ଏହି ସମସ୍ୟାର ସମାଧାନ ପାଇଁ ବନ ବିଭାଗ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏହା ପରେ ପିସିସିଏଫ (ଓଇଲ୍ଡ ଲାଇଫ ) ଏହି ପ୍ରକଳ୍ପ ବାବଦରେ ବ୍ୟୟ ଅଟକଳ ବିଷୟରେ ଜାଣିବାକୁ OREDA ( ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ବିକାଶ ସଂସ୍ଥା) କୁ ଚିଠି ଦେଇଥିଲେ। ଆଉ ବର୍ତ୍ତମାନ OREDA ଏନେଇ ସମସ୍ତ ବ୍ୟୟର ଖର୍ଚ୍ଚ ହିସାବ ଦେବା ପରେ ସମ୍ବଲପୁରରେ ଏବେ ହାତୀ ବହୁଳ ଅଞ୍ଚଳରେ ସୋଲାର ଫେନ୍ସିଂର ବ୍ୟବସ୍ଥା ହେବାକୁ ଯାଉଛି।

2 ପ୍ରକାରର ସୋଲାର ଫେନ୍ସିଂର ବ୍ୟବସ୍ଥା ହେବ। ହାତୀ ଉପଦ୍ରବ ଅଞ୍ଚଳରେ ବନ ବିଭାଗ ଓ ପଞ୍ଚାୟତର ମିଳିତ ଆର୍ଥିକ ସହାୟତାରେ ଏହା ତିଆରି ହୋଇପାରିବ। ଏଥିପାଇଁ ବନ ବିଭାଗ 90 ପ୍ରତିଶତ ଖର୍ଚ୍ଚ ବହନ କରୁଥିବା ବେଳେ ପଞ୍ଚାୟତ କୁ 10 ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପଡିବ। ଆଉ ଯଦି କୌଣସି ଲୋକ ବ୍ୟକ୍ତିଗତ ସ୍ତରରେ ନିଜର ଚାଷ ଜମିରେ ସୋଲାର ଫେନ୍ସିଂ କରିବାକୁ ଚାହିଁବ, ତାହେଲେ ସେଥିରେ 50 ପ୍ରତିଶତ ସବସିଡି ରହିବ।

ସଲପୁର ଜିଲ୍ଲାର ରେଙ୍ଗାଲୀ ,ଧମା, ପଡ଼ିଆବହାଲ, ସଦର ରେଞ୍ଜ ର 18 ଟି ଗ୍ରାମର 72 ଜଣ ଚାଷୀ ଙ୍କ 329.93ଏକର ଜମିର ଚାରିପଟେ ପ୍ରାୟ 24.7କିମିର ସୋଲାର ଫେନସିଂ କାର୍ଯ୍ୟକାରୀ ହେବ। ଇଛୁକ ଗାଁ ଲୋକେ ଗ୍ରାମ ସଭାରେ ପ୍ରସ୍ତାବ ପାରିତ କରି ଡି ଏଫ ଓ ଙ୍କୁ ଜଣାଇ ପାରିବେ। 1 କିମି ସୋଲାର ଫେନସିଂ ପାଇଁ ପ୍ରାୟ 3 ଲକ୍ଷ ରୁ ସାଢ଼େ 3 ଲକ୍ଷ ଖର୍ଚ୍ଚ ଆସିବ। ଏହି ବ୍ୟବସ୍ଥା ହେଲେ ହାତୀ ଉପଦ୍ରବ ରୁ ରକ୍ଷା ପାଇବେ ବୋଲି ଆଶା ରଖିଛନ୍ତି ହାତୀ ବହୁଳ ଅଞ୍ଚଳରେ ରେ ରହୁଥିବା ଲୋକେ।

ଏହି ବ୍ୟବସ୍ଥା, ସଫଳତାର ସହ କାର୍ଯ୍ୟକାରୀ ହେଲେ , ଯେ କେବଳ ହାତୀ- ମଣିଷ ସଂଘର୍ଷରେ ବିରାମ ପଡିବ ତାହା ନୁହେଁ ବରଂ ଏହା ଦ୍ୱାରା ଉଭୟ ହାତୀ ଓ ମଣିଷର ଜୀବନ ରକ୍ଷା ପାଇବ ।

ସମ୍ବଲପୁର ରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.