ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଆଉ 4 ଗେଟ୍ । ସୋମବାର ସକାଳେ ହୀରାକୁଦ ଡ୍ୟାମରେ 6 ଗେଟ ଖୋଲାଯାଇଥିବାବେଳେ 36 ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ଆହୁରୀ ପର୍ଯ୍ୟାୟ କ୍ରମେ 4 ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ଡ୍ୟାମରେ ମୋଟ 32 ଟି ଗେଟରେ ଜଳ ନଷ୍କାସନ ହେଉଛି । ହୀରାକୁଦ ଡ୍ୟାମ ଉପର ମୁଣ୍ଡରୁ ପାଣି କମିଥିବାରୁ ଗେଟ ଗୁଡିକ ବନ୍ଦ କରାଯାଉଛି ।
ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 626.71 ଫୁଟ ରହିଛି । ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 4 49600 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 32ଟି ଗେଟ ଜରିଆରେ ସେକେଣ୍ଡ ପ୍ରତି 563957 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ଆହୁରି ଗେଟ୍ ବନ୍ଦ ହେବାର ସମ୍ଭାବନା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ