ETV Bharat / state

ଚାଲିିଛି ରୁଦ୍ର-ରୁଦ୍ରାଣୀଙ୍କ ଯୁଗଳ ମୂର୍ତ୍ତିଦର୍ଶନ: ଦୁଲୁକୁଛି ସମ୍ବଲପୁର

ଶେଷ ହୋଇଛି ମହାଦେବୀ ମା ପାର୍ବତୀ ଓ ମହାଯୋଗୀ ମହାଦେବଙ୍କ ଶୁଭପରିଣୟ । ବିବାହ ସଂପନ୍ନ ହେବା ପରେ ମନ୍ଦିରକୁ ଫେରୁଛନ୍ତି ଦେବଦମ୍ପତି । ସାଥିରେ ରହିଛି ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା । ଭୋଳାନାଥ ଓ ରୁଦ୍ରାଣୀଙ୍କ ଯୁଗଳ ଦର୍ଶନ ପାଇଁ ବିଶାଳ ପଟୁଆରରେ ଲୋକାରଣ୍ୟ ସମ୍ବଲପୁର ସହର ।

author img

By

Published : Jun 9, 2019, 7:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଶେଷ ହୋଇଛି ମହାଦେବୀ ମା ପାର୍ବତୀ ଓ ମହାଯୋଗୀ ମହାଦେବଙ୍କ ଶୁଭପରିଣୟ । ବିବାହ ସଂପନ୍ନ ହେବା ପରେ ମନ୍ଦିରକୁ ଫେରୁଛନ୍ତି ଦେବଦମ୍ପତି । ସାଥିରେ ରହିଛି ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା । ଭୋଳାନାଥ ଓ ରୁଦ୍ରାଣୀଙ୍କ ଯୁଗଳ ଦର୍ଶନ ପାଇଁ ବିଶାଳ ପଟୁଆରରେ ଲୋକାରଣ୍ୟ ସମ୍ବଲପୁର ସହର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଛନ୍ତି 6 ରୁ 7 ହଜାର କଳାକାର । ଘଣ୍ଟୁଆ, ନାଟୁଆ, ବାଜାଦାର, ନୃତ୍ୟଶିଳ୍ପୀଙ୍କ ପରିବେଷଣରେ ଦୁଲୁକୁଛି ସାରା ସହର । ନାଚ, ଗୀତ ଓ ବାଜାର ତାଳରେ ପରିବେଶ ପ୍ରକମ୍ପିତ । ଶନିବାର ବିଳମ୍ବିତ ରାତ୍ରିରେ ବାହାରିଥିଲା ମାତା ଭବାନୀ ଓ ଭୋଳାନାଥଙ୍କ ଚିତ୍ତାକର୍ଷକ ଶୋଭାଯାତ୍ରା, ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ସହ ରବିବାର ଅପରାହ୍ନରେ ଏହି ବିବାହୋତ୍ସବ ଅନ୍ତିମ ଚରଣରେ ପହଞ୍ଚିଛି । ସମ୍ବଲପୁରର ପ୍ରମୁଖ ଯାତ୍ରା କମିଟି ଝାଡୁଆପଡା, ମୁଦିପଡା ଓ ନନ୍ଦପଡାର ଯୁଗଳମୂର୍ତିଙ୍କ ଶୋଭାଯାତ୍ର ଗୋଳବଜାର ଓ ଆଖପାଖରେ ଏକତ୍ର ହୋଇଥାଏ ।

ରବିବାର ସନ୍ଧ୍ୟାରେ ମଙ୍ଗଳ ଆଳତୀ ପରେ ନବବିବାହିତ ଦେବଯୁଗଳଙ୍କ ମନ୍ଦିର ପ୍ରବେଶ ପରେ ଚଳିତ ବର୍ଷ ଏହି ମହାପର୍ବରେ ଯବନିକା ପଡିବ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.