ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳଉଠା ସମ୍ପନ୍ନ ହୋଇଯାଇଛି । ଆଜି(ଶନିବାର) ସାଧ୍ୟରେ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ସମସ୍ତ ଯାତ୍ରା କମିଟିର ଥାଳଉଠା ସମ୍ପନ୍ନ ହେବା ସହ କନ୍ୟା ପିତାମାତା ଚୟନ ହୋଇଛନ୍ତି । ଏହା ସହ ଦେବ ବିବାହ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି ଗୋଟିଏ ମାସ ପରେ ହେବ ଦେବ ଦମ୍ପତିଙ୍କ ବାହାଘର ।
ତେବେ ଆଜି କୋଭିଡ କଟକଣା ଭିତରେ ନନ୍ଦପଡା ଓ ଝାଡୁଆପଡା ଯାତ୍ରା କାମିଟି ଥାଳଉଠା ସମ୍ପନ୍ନ ହୋଇଛି । ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ୱର ବାବା ଯାତ୍ରା କମିଟିର କନ୍ୟା ପିତାମାତା ଭାବେ ଗୋପାଳ ଚନ୍ଦ୍ର ସାହୁ ଓ ପ୍ରମିଳା ସାହୁ ସୌଭାଗ୍ୟ ଅର୍ଜନ କରିଛନ୍ତି । ଅନ୍ୟପଟେ ଝାଡୁଆପଡା ଯାତ୍ରା କାମିଟିର କନ୍ୟା ପିତା ମାତା ହେଉଛନ୍ତି ବାସୁଦେବ ଚିନ୍ଦ୍ରା ଓ ଯଜ୍ଞସିନୀ ଚିନ୍ଦ୍ରା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ