ETV Bharat / state

ଶୀତଳ ଷଷ୍ଠୀ ପାଇଁ ସଜେଇ ହେଉଛି ସମ୍ବଲପୁର, ସରିଲାନି ଅଳଙ୍କାର କିଣା - ଶୀତଲ ଷଷ୍ଠୀ

ଶୀତଳ ଷଷ୍ଠୀ ପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି ପର୍ବ । ବାହାଘରର ଜାନି ଯୌତୁକ ସହ ମାତା ପାର୍ବତୀଙ୍କ ପାଇଁ ବିଭିନ୍ନ ପ୍ରକାରର ସୁନା ଓ ରୂପାର ଅଳଙ୍କାର ସହ କଂସା ବାସନ ଓ ବିଭିନ୍ନ ପ୍ରକାରର ବସ୍ତ୍ର ଆଦି କିଣାକିଣି ସରିଛି । ପାର୍ବତୀଙ୍କ ମାଇଁ ସୁଦୂର ଭୁବନେଶ୍ବରରୁ ମଉଳା ଭାର ଆଣିଥିବା ପାର୍ବତୀଙ୍କ ମାଇଁ ସୁପ୍ରିତୀ ପାଣିଗ୍ରାହୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 30, 2019, 6:04 PM IST

ସମ୍ବଲପୁର: ଆଉ କେଇ ଦିନ ପରେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ଧରା ପୁଷ୍ଠରେ ପୁଣି ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ବାହାଘରରେ ସାମିଲ ହେବେ ଦେଵତା, ନର, ଅସୁର, ଗର୍ଦ୍ଧବ ଓ କିନ୍ନର । ବିବାହ ପରେ ହେବ ଧରାପୃଷ୍ଠ ଶୀତଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଶୀତଳ ଷଷ୍ଠୀ ପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି ପର୍ବ । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବାହାଘର ପାଇଁ କନ୍ୟା ପିତାମାତା ହେବା ସୌଭାଗ୍ୟ ଅର୍ଜନ କରିଥିବା ପରିବାର ଲୋକେ ଏବେ ଲାଗି ପଡିଛନ୍ତି କନ୍ୟା ରୂପେ ପାଇଥିବା ମାତା ପାର୍ବତୀଙ୍କ ବାହାଘରର ପ୍ରସ୍ତୁତି ପାଇଁ ।

ଏ ଦୃଶ୍ୟ ହେଉଛି ସମ୍ବଲପୁର ଝାଡୁଆପଡା ଆରଣ୍ୟକ ଶୀତଳ ଷଷ୍ଠୀ ଯାତ୍ରାର ମାତା ପାର୍ବତୀଙ୍କ ପିତା ମାତା ହୋଇଥିବା ମୁଣ୍ତ ଦମ୍ପତିଙ୍କ ଘର ।

ବାହାଘରର ଜାନି ଯୌତୁକ ସହ ମାତା ପାର୍ବତୀଙ୍କ ପାଇଁ ବିଭିନ୍ନ ପ୍ରକାରର ସୁନା ଓ ରୂପାର ଅଳଙ୍କାର ସହ କଂସା ବାସନ ଓ ବିଭିନ୍ନ ପ୍ରକାରର ବସ୍ତ୍ର ଆଦି କିଣା କିଣି ସରିଛି । ଏପଟେ ନିଜ ଘରକୁ ବର ରୂପେ ଆସୁଥିବା ଭଗବାନ ଶିବ ଶଙ୍କର ପାଇଁ ରୂପାର ତ୍ରୀଶୁଳ, ଡମ୍ବରୁ, କଠଉ, ଚିଲମ ସହ ବିଭିନ୍ନ ପ୍ରକାରର ଅଳଙ୍କାର କିଣାଯାଇଥିବା ମାତା ପାର୍ଵତୀଙ୍କ ଆଈ ବାସନ୍ତୀ ପାଣିଗ୍ରାହୀ କହିଛନ୍ତି ।

ମାତା ପାର୍ବତୀଙ୍କ ପିତାମାତା ହୋଇଥିବା ଅମୀୟ ମୁଣ୍ତ ଓ ସମିତା ମୁଣ୍ତ ସୁଦୂର କୋଲକତାରୁ ସମ୍ବଲପୁରକୁ ଆସିନଥିବାବେଳେ ପାର୍ବତୀଙ୍କ ବାହାଘର ପାଇଁ ମାତା ପାର୍ବତୀଙ୍କ ମାଉସୀ ହାଇଦ୍ରାବାଦରୁ ଆସି ବାହାଘର ସବୁ ପ୍ରସ୍ତୁତି ସାରିଛନ୍ତି । ପାର୍ବତୀଙ୍କ ମାଇଁ ସୁଦୂର ଭୁବନେଶ୍ବରରୁ ମଉଳା ଭାର ଆଣିଥିବା ପାର୍ବତୀଙ୍କ ମାଇଁ ସୁପ୍ରିତୀ ପାଣିଗ୍ରାହୀ କହିଛନ୍ତି ।

ଶୀତଳ ଷଷ୍ଠୀ ଯାତ୍ରାକୁ ଆଉ କିଛି ଦିନ ବାକିଥିବାବେଳେ ଏଥିପାଇଁ ଏବେ ସର୍ମଗ୍ର ପରିବାରରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.