ETV Bharat / state

ସରିଲା ବିବାହ, ଯୁଗଳ ଦର୍ଶନ ଶୋଭାଯାତ୍ରାରେ ଦେବ ଦମ୍ପତି

ଦେବ ଦମ୍ପତିଙ୍କ ବାହାଘର ପରେ ଆରମ୍ଭ ହୋଇଛି ଯୁଗଳ ଦର୍ଶନ ଶୋଭାଯାତ୍ରା । ଗତକାଲି ରାତ୍ରି ପ୍ରାୟ ୧୨ ଟା ସମୟରେ ଭଗଵାନ ଶିବ ଓ ମାତା ପାର୍ବତୀଙ୍କ ଏହି ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ଝାଡୁଆପଡା, ନନ୍ଦପଡା, ମୁଦିପଡା, ବଡବଜାର ସହ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟି ସାମିଲ ହୋଇଥିଲେ ।

author img

By

Published : Jun 9, 2019, 11:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ଦେବ ଦମ୍ପତିଙ୍କ ବାହାଘର ପରେ ଆରମ୍ଭ ହୋଇଛି ଯୁଗଳ ଦର୍ଶନ ଶୋଭାଯାତ୍ରା । ଗତକାଲି ରାତ୍ରି ପ୍ରାୟ ୧୨ ଟା ସମୟରେ ଭଗଵାନ ଶିବ ଓ ମାତା ପାର୍ବତୀଙ୍କ ଏହି ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ଝାଡୁଆପଡା, ନନ୍ଦପଡା, ମୁଦିପଡା, ବଡବଜାର ସହ ସମସ୍ତ ଶୀତଳ ଷତଷ୍ଠୀ ଯାତ୍ରା କମିଟି ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ଯୁଗଳ ଦର୍ଶନ ଶୋଭାଯାତ୍ରାରେ ପାରମ୍ପାରିକ ଆଦୀବାସୀ ନୃତ୍ୟ ସହ ପଞ୍ଜାବର ଭାଙ୍ଗାଡା, ଆସାମ ବିହୁ ଓ ପଶ୍ଚିମ ବଙ୍ଗର ଯୁବକ ଯୁବତୀଙ୍କ ଆଧୁନିକ ନୃତ୍ୟ ପରିବେଶଷ ହୋଇଛି । ଏଥର ଶୀତଳ ଷଷ୍ଠୀ ଯାତ୍ରାର ମିଳିତ ଯୁଗଳ ବେଶ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଓ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

ବିଳମ୍ବିତ ରାତ୍ରିରେ ଆରମ୍ଭ ହେଇଥିବା ଯୁଗଳ ଦର୍ଶନ ଶୋଭା ଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦେବ ଦମ୍ପତୀଙ୍କ ଦର୍ଶନ କରି ଆର୍ଶିବାଦ ନେଉଥିବା ବେଳେ ପ୍ରତ୍ୟେକ ବର୍ଗର ଲୋକ ବିଭିନ୍ନ ଲୋକନୃତ୍ୟର ମଜ୍ଜା ଉଠାଇଛନ୍ତି ।

ବିଳମ୍ବିତ ରାତ୍ରିରୁ ଆରମ୍ବ ହୋଇଥିବା ଯୁଗଳ ଦର୍ଶନ ଶୋଭାଯାତ୍ରା ସକାଳ ପ୍ରାୟ ସାଢେ ୫ ଟା ପର୍ଯ୍ୟନ୍ତ ଯାଏ ଚାଲିଥିଲା । ଏହା ପରେ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ବିରତି ରହିଛି ।

ସକାଳ ୧୦ ଟାରେ ପରବର୍ତ୍ତୀ ସମୟରୁ ପୁଣି ଯୁଗଳ ଦର୍ଶନ ଶୋଭା ଯାତ୍ରା ବାହାରିବ ଓ ଗୋଲବାଜାର ଠାରେ ଗ୍ରାଣ୍ତ ପ୍ରୋସେସନ ହେବ । ଏହା ଅପରାହ୍ନ ପ୍ରାୟ ୩ ଟା ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସମୟରେ ଆଜି ସନ୍ଧ୍ୟା ସାଢେ
୫ ଟାରୁ ସାଢେ 7 ଟା ମଧ୍ୟରେ ଯୁଗଳ ମୂତ୍ତିଙ୍କର ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.