ETV Bharat / state

ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ ଯାତ୍ରା, ମନ୍ଦିରରେ ପ୍ରବେଶ କରିବେ ଦେବ ଦମ୍ପତି - ସରିଲା ଦେବ ଦମ୍ପତି ବିବାହ

ସରିଲା ପ୍ରସିଦ୍ଧ ଶୀତଳ ଷଷ୍ଠୀ । ମହାଦେବ ଏବଂ ପାର୍ବତୀଙ୍କ ବିବାହ ପରେ ଯୁଗଳ ମୂର୍ତ୍ତି ରୂପରେ ଭକ୍ତଙ୍କୁ ଦର୍ଶନ ଦେଇ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି । ଅଧିକ ପଢନ୍ତୁ...

ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ ଯାତ୍ରା, ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

author img

By

Published : Jun 16, 2021, 8:32 AM IST

Updated : Jun 16, 2021, 9:30 AM IST

ସମ୍ବଲପୁର: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଦେବ ବିବାହ ସମ୍ପନ୍ନ ହୋଇଛି । ମଙ୍ଗଳବାର ରାତ୍ରୀ ପ୍ରାୟ 3 ଟା ସମୟରେ ଦେବଦମ୍ପତିଙ୍କ ବିବାହ ଲୋକାଚାରରେ ସମ୍ପନ୍ନ ହୋଇଛି ।

ସମ୍ବଲପୁରର ଝାଡୁଆପଡା, ନନ୍ଦପଡା, ମୁଦିପଡା, ଠାକୁରପଡା, କୁମ୍ଭାରପଡା, ବଡ଼ବଜାର ଆଦି ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟିର ଦେବ ବିବାହ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି । ଗତ ରାତ୍ରୀ ପ୍ରାୟ 11 ଟା ସମୟରେ ବରଯାତ୍ରୀ ଗମନ ପୂର୍ବରୁ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ମହାଦେବଙ୍କ ମହା ଆଳତି ହୋଇଥିଲା । ଏହି ମହା ଆଳତିରେ କେବଳ ସ୍ଥାନୀୟ ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସମ୍ବଲପୁରର ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ, ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଦେବ ବିବାହରେ ସାମିଲ ହୋଇଥିଲେ ।

ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ ଯାତ୍ରା, ମନ୍ଦିରରେ ପ୍ରବେଶ କରିବେ ଦେବ ଦମ୍ପତି

ତେବେ ଏଥର କୋଭିଡ ପାଇଁ ବରଯାତ୍ରୀ ଶୋଭାଯାତ୍ରା ହୋଇନଥିଲା । ମନ୍ଦିର ପରିସରରେ ହିଁ ବିବାହ ଅନୁଷ୍ଠିତ ହୋଇଛି । ରାତ୍ରୀ ପ୍ରାୟ 3 ଟା ସମୟରେ ବିବାହର ହସ୍ତବନ୍ଧନ ପଡିଥିଲା । ଆଜି(ବୁଧବାର) ରାତ୍ରୀରୁ ଯୁଗଳମୂର୍ତ୍ତି ଦର୍ଶନ ଅନୁଷ୍ଠିତ ହେବ । ଏହା ପରେ ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ହେବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 16, 2021, 9:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.