ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ନିୟୁ କଲୋନୀରେ ଠାବ ହୋଇଛି ସେକ୍ସ ରାକେଟ । ଧନୁପାଲି ପୋଲିସ ଏକ ବିଶିଷ୍ଟ ସୂତ୍ରରୁ ସୂଚନା ପାଇ ଏକ ଭଡା ଘରେ ଚଢ଼ାଉ କରିଥିଲା ।


ପୋଲିସ ଚଢ଼ାଉ ବେଳେ ଆପତ୍ତିଜନକ ଅବସ୍ଥାରେ ଥିବା ଦୁଇ ଝିଅ ଓ ତିନି ଗ୍ରାହକଙ୍କୁ ଘର ଭିତରୁ ଉଦ୍ଧାର କରିଛି । ବର୍ତ୍ତମାନ ଧନୁପାଲି ପୋଲିସର ତଦନ୍ତ ଜାରି ରଖିଛି ।
ଏହି ମାମଲାରେ ଜଣେ ରାଣୀ ମହୁମାଛି ସମେତ ଘର ମାଲିକକୁ ମଧ୍ୟ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି । ଘର ଭିତରୁ ଅନେକ ଆପତ୍ତିଜନକ ଜିନିଷ ଉଦ୍ଧାର କରିଛି ପୋଲିସ । ଜଣେ ଗ୍ରାହକ କୌଶଳକ୍ରମେ ଦୌଡ଼ି ପଳାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ