ETV Bharat / state

ହକି ମ୍ୟାଚ ଦେଖିବା ବେଳେ ବଜ୍ରପାତ, 10 ଆହତ - ଖେଳ ଦେଖିବାକୁ ଯାଇଥିବା ବେଳେ ବଜ୍ରପାତ

ହକି ମ୍ୟାଚ୍‌ ଦେଖୁଥିବା ବେଳେ ବର୍ଷା ସାଙ୍ଗକୁ ହେଲା ବଜ୍ରପାତ । 10 ଆହତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

several injured due to lightning
several injured due to lightning
author img

By ETV Bharat Odisha Team

Published : Oct 1, 2023, 9:11 AM IST

several injured due to lightning

ସମ୍ବଲପୁର: ହକି ମ୍ୟାଚ୍‌ ଦେଖିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହେଲେ ଦର୍ଶକ । 10 ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଗୋର୍ବଦ୍ଧନ ବଡମାଳ ଗାଁରେ । ଆହତଙ୍କ ମଧ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଅଧିକାଂଶ ଆହତ ଗୋଟିଏ ପରିବାରର ।

ଏହା ମଧ୍ୟ ପଢନ୍ତୁ-କାଳ ସାଜିଲା ବଜ୍ରପାତ: ଜଣେ ମୃତ, ତିନି ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ବଡମାଳ ଗ୍ରାମରେ ଏକ ପଡ଼ିଆରେ ହକି ଖେଳ ଚାଲିଥିଲା । ଖେଳ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଆସିଥିଲେ । ତେବେ ମ୍ୟାଚ୍‌ ଦେଖୁଥିବା ସମୟରେ ହଠାତ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଖେଳ ଦେଖୁଥିବା ଦର୍ଶକ ମାନେ ଏକ ମହୁଲ ଗଛ ପାଖକୁ ଚାଲିଯାଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ 10 ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆହତ ମଧ୍ୟରେ ଜଣେ ୬ ମାସର ଗର୍ଭବତୀ ମହିଳା ମଧ୍ୟ ଥିବା ଜଣା ପଡ଼ିଛି । ଆହତମାନେ ହେଲେ ଅୟନ କେରକେଟା (10),ସୁମିତ ଓରାମ (10),ପ୍ରଶାନ୍ତ କେରକେଟା (6),ମୋକ୍ଷ କେରକେଟା (2), ନିବ୍ୟଦୀପ ମିଞ୍ଚ (9ମାସ ),ନିଲମ ମିଞ୍ଚ (23),ଜୟନ୍ତୀ କେରକେଟା (21),ଅରିଷ୍କା କେଟ୍ରୋ, (35), ପାର୍ବତୀ ଓରାମ (28), ଗୀତା ଓରାମ (24) ।

ଏହା ମଧ୍ୟ ପଢନ୍ତୁ-ବଢୁଛି ବଜ୍ରପାତ ଜନିତ ମୃତ୍ୟୁ, ଲୋକଙ୍କୁ କରାଯିବ ସଚେତନ

ଏହା ମଧ୍ୟ ପଢନ୍ତୁ-ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଦୁଇ ଚାଷୀ ମୃତ, ୮ ଗୁରୁତର

ଶୁକ୍ରବାର ସୋନପୁରରେ ବର୍ଷା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ତିନି ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଅପରାହ୍ନ ସମୟରେ ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । କୋଟସମଲାଇ ଗାଁର ଚାଷ ଜମିରେ କିଛି ମହିଳା କାମ କରୁଥିଲେ । ଏହି ସମୟରେ ଝିପି ଝିପି ବର୍ଷା ସହ ବିଜୁଳି ଓ ଘଡଘଡି ଆରମ୍ଭ ହୋଇଥିଲା । ମହିଳାମାନେ କାମ ଛାଡ଼ି ବିଲରୁ ବାହାରିବା ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ଓ 3 ଜଣ ଆହତ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.