ETV Bharat / state

ମର୍ଣ୍ଣିଂୱାକ ବେଳେ ଟ୍ରକ ଧକ୍କାରେ ଆଇନଜୀବୀ ମୃତ - ସମ୍ବଲପୁରରେ ଟ୍ରକ ଧକ୍କାରେ ଆଇନଜୀବୀ ମୃତ

ମର୍ଣ୍ଣିଂୱାକ୍ ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମ୍ବଲପୁର ଜିଲ୍ଲା 5ନଂ ଜାତୀୟ ରାଜପଥ ନିକଟ ସରଲାକାନି ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

sever road accident in sambalpur
ମର୍ଣ୍ଣିଂୱାକ ବେଳେ ଟ୍ରକ ଧକ୍କାରେ ଆଇନଜୀବୀ ମୃତ
author img

By

Published : Mar 12, 2022, 9:23 AM IST

Updated : Mar 12, 2022, 9:42 AM IST

ସମ୍ବଲପୁର: ମର୍ଣ୍ଣିଂୱାକ୍ ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସମ୍ବଲପୁର ଜିଲ୍ଲା 5ନଂ ଜାତୀୟ ରାଜପଥ ନିକଟ ସରଲାକାନି ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମର୍ଣ୍ଣିଂୱାକ କରିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ଟ୍ରକ ଧକ୍କା ଦେଇଛି। ଯାହା ଫଳରେ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ମର୍ଣ୍ଣିଂୱାକ ବେଳେ ଟ୍ରକ ଧକ୍କାରେ ଆଇନଜୀବୀ ମୃତ

ମୃତକ ସମ୍ବଲପୁର ସାକ୍ଷୀପଡ଼ାର ଆଇନଜୀବୀ ଉପେନ୍ଦ୍ର ଚନ୍ଦ୍ର ପ୍ରଧାନ ହୋଇଥିବା ଜଣାପଡିଛି। ଏକ ଫଳ ବୋଝେଇ ଟ୍ରକ ଧକ୍କାରେ ଏହି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣା ପରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏଠାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଯୋଗୁଁ ସ୍ପୀଡ଼ ବ୍ରେକର ନିର୍ମାଣ ଦାବି କରାଯାଇଛି। ଘଟଣା ସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଅନ୍ୟପଟେ ଟ୍ରକ ଡ୍ରାଇଭର ଫେରାର ଥିବାବେଳେ ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 12, 2022, 9:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.