ETV Bharat / state

ବୁର୍ଲା VSSUT ୱେଲକମ ମିଟିଂରେ ଛାତ୍ରଙ୍କୁ ରାଗିଂ, ଭିଡିଓ ଭାଇରାଲ - ସମ୍ବଲପୁର

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ ୱେଲକମ ମିଟିଂରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ହେଉଥିବା ଭିଡିଓ ଭାଇରାଲ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଗିଂକୁ ନେଇ ଛାତ୍ରଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 22, 2019, 8:54 PM IST

ସମ୍ବଲପୁର: ୱେଲକମ ମିଟିଂରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ । ଘଟଣାଟି ଘଟିଛି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟରେ । ୱେଲକମ୍‌ ମିଟିଂରେ ଛାତ୍ରଙ୍କୁ ରାଗିଂ କରାଯାଉଥିବାର ଏକ ଭିଡିଓ ସାମନାକୁ ଆସିଛି । ଏହି ଭିଡିଓରେ ଛାତ୍ରମାନେ କାନ ଧରି ଉଠବସ ହେଉଥିବାର ଏବଂ ଡ୍ରେସ ଖୋଲି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି କିଛି ଦିନ ପୂର୍ବର ବୋଲି ଚର୍ଚ୍ଚା ହେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବର୍ତ୍ତମାନ ସୁଦ୍ଧା ରାଗିଂକୁ ନେଇ ଛାତ୍ରଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଭିଡିଓରେ ଥିବା ଛାତ୍ରମାନେ କେଉଁ ବର୍ଷର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଭାଇରାଲ ଭିଡିଓରେ ସତ୍ୟତା ଅଛି ବୋଲି କହିଛନ୍ତି ଜଣେ ଛାତ୍ରଙ୍କ ସମ୍ପର୍କୀୟ । ସେପଟେ ଘଟଣା ସମ୍ପର୍କରେ ଭିସୁଟର କୁଳପତିଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ରାଗିଂ ବେଆଇନ ବୋଲି ଘୋଷଣା ହୋଇଥିଲେ ମଧ୍ୟ ଏହି ଭିଡିଓ ସାମନାକୁ ଆସିବା ପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭିସୁଟ ଇଂଜିନିୟରିଂ ବିଶ୍ୱବିଦ୍ୟାଳୟ ରେ ରେଗିଙ୍ଗ ର ଭିଡ଼ିଓ ଭାଇରଲ। କତ୍ତୃପକ୍ଷ କହିଲେ ହେବ କାର୍ଯ୍ୟାନୁଷ୍ଠାନBody:ସମ୍ବଲପୁର ବୁର୍ଲା VSSUT ରେ ଛାତ୍ର ଙ୍କୁ ରେଗିଙ୍ଗ କରାଯାଉଥିବାର ଆସିଛି ଭୟଙ୍କର ଭିଡ଼ିଓ।ଆଉ ଏହି ଭିଡ଼ିଓ ଟି କିଛି ଦିନ ପୂର୍ବର ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତମାନ ସୁଦ୍ଧା ରେଗିଙ୍ଗ ହୋଇଥିବା ଛାତ୍ରଙ୍କ ତରଫରୁ କୌଣସି ଅଭିଯୋଗ ହୋଇନଥିବା ବେଳେ କେଉଁ ବର୍ଷର ଛାତ୍ର କେଉଁ ବର୍ଷର ଛାତ୍ରଙ୍କୁ ରେଜିଙ୍ଗ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।ତେବେ ଏ ନେଇ ଭିସୁଟ ର କୁଳପତି ଙ୍କୁ ପଚାରାଜିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।Conclusion:ରାଜ୍ୟ ରେ ରେଗିଙ୍ଗ ବେଆଇନ ବୋଲି ଘୋଷଣା ହୋଇଥିବା ବେଳେ ଏହି ଘଟଣା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.