ସମ୍ବଲପୁର: ୨୦୧୪-୧୫ ଓ ୨୦୧୬-୧୭ ଶିକ୍ଷା ବର୍ଷରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି । ନାନା ସୁବିଧା ଦିଆଯିବ ବୋଲି ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି । ଏଠାରେ ନାମ ଲେଖାଇଥିବା ଅନୁସୂଚିତ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସମୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମାଗଣାରେ ରହିବା, ଖାଇବା, ବହିପତ୍ର, ପୋଷାକ, ହଷ୍ଟେଲରୁ ସ୍କୁଲ ଯିବା ଆସିବା ପାଇଁ ବସ୍ ସେବା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।
କିଛି ବର୍ଷ ପାଇଁ ଏହି ସୁବିଧା ମଧ୍ୟ ଯୋଗାଇ ଦିଆଗଲା । ତେବେ କୋଭିଡ କାଳ ପରେ ସ୍କୁଲ୍ରେ ଅଫ୍ ଲାଇନ କ୍ଲାସ ଆରମ୍ଭ ହେବା ପରଠୁ ଏହିସବୁ ମାଗଣା ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବର୍ତ୍ତମାନ ଅବିଭାବକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆଜି(ସୋମବାର) ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଭାବକ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍କୁଲ୍ ସୁବିଧା ଦେଉନଥିବାରୁ ଅଭିଭାବକ ପିଲାଙ୍କ ଖର୍ଚ୍ଚ ଉଠାଇବାକୁ ଅସର୍ମଥ ହୋଇ ପଡ଼ିଛନ୍ତି ।