ETV Bharat / state

ସମଲେଇ ଯୋଜନାରେ ବିସ୍ଥାପିତ ଯୁବକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି - ସମ୍ବଲପୁରରେ ସମଲେଇ ଯୋଜନା

ସମଲେଇ ଯୋଜନାରେ ବିସ୍ଥାପିତ ହୋଇଥିବା ଯୁବକଙ୍କ ମୃତ୍ୟୁ ଅଭିଯୋଗ । କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ଦାବି । ଅଧିକ ପଢନ୍ତୁ

ସମଲେଇ ଯୋଜନାରେ ବିସ୍ଥାପିତ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ଦାବି କଲେ ପରିବାର

author img

By

Published : Nov 29, 2022, 10:08 AM IST

ସମ୍ବଲପୁର: ସମ୍ବଲପୁରରେ ସମଲେଇ ଯୋଜନା ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି । ଏନେଇ ଗତ ଜୁଲାଇ ମାସରେ ଏହି ଯୋଜନାରେ ବିସ୍ଥାପିତ ହୋଇଥିବା ଘୁନଘୁଟିପଡାର ବବଲୁ ପାତ୍ର ନାମକ ଜଣେ ଯୁବକ କ୍ଷତିପୂରଣ ନମିଳିଲେ ସପରିବାର ଆତ୍ମହତ୍ୟା କରିବେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କହିଥିଲେ । ବର୍ତ୍ତମାନ 4 ଦିନ ତଳେ ସେହି ଯୁବକ ବବଲୁ ପାତ୍ରଙ୍କ ମୃତ୍ୟୁ ହେବା ପରେ ଆଜି ଗ୍ରାମବାସୀ ଓ ପରିବାର ଲୋକ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ବବଲୁଙ୍କ ମୃତ୍ୟୁର ତଦନ୍ତ ଦାବି କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ସମଲେଇ ଯୋଜନାରେ ବିସ୍ଥାପିତ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ଦାବି କଲେ ପରିବାର

ତେବେ ଗତ ଜୁଲାଇ ମାସରେ ସମଲେଇ ଯୋଜନାରେ ବିସ୍ଥାପିତ ହେଉଥିବା ବବଲୁ ପାତ୍ର ନିଜ ପରିବାର ଲୋକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କ୍ଷତିପୂରଣ ନ ମିଳିଲେ ସପରିବାର ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ବର୍ତ୍ତମାନ କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତି ରେ ପରିବାର ଲୋକ ସମଲେଇ ଯୋଜନାରେ କ୍ଷତିପୂରଣ ନ ମିଳିବାରୁ ଏହାର ଚିନ୍ତାରେ ସେ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ।

ତେବେ ପରିବାର ଲୋକେ ଆଜି ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବବଲୁ ପାତ୍ରଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଯେହେତୁ ବବଲୁ ପୂର୍ବରୁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ସେଥିପାଇଁ ତାଙ୍କର ମୃତ୍ୟୁର ତଦନ୍ତ କରାଯାଉ ବୋଲି ପଡାବାସୀ ତଥା ପରିବାର ଲୋକ ଦାବି କରିଛନ୍ତି । ଏଭଳି ପରିସ୍ଥିତିରେ ଏନେଇ ଏକ ଦାବି ପତ୍ର ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛ । ଏନେଇ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି ଯେ, ନିୟମ ଅନୁସାରେ ବବଲୁ କ୍ଷତିପୂରଣ ପାଇବାର ଯୋଗ୍ୟ ଥିଲେ ତାଙ୍କର ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.