ସମ୍ବଲପୁର: ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡମାଲ ଗାଁରେ ବିଧବା ମହିଳାଙ୍କୁ ହତ୍ୟା ଘଟଣା । ମୃତ ବିଧବା ବନିତା ମର୍ଧାଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାମ ଶେଷଦେବ ମିର୍ଧା ହୋଇଥିବାବେଳେ ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି ।
ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଛୁରୀ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରିଛି । ଏନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ 5 ତାରିଖ ମଧ୍ୟ ରାତ୍ରିରେ ବନିତା ମିର୍ଧା ନିଜ ଘରେ ନିଜ ପୁଅ ସହ ଶୋଇଥିଲେ । ଏହି ସମୟରେ ଶେଷଦେବ ମିର୍ଧା ତାଙ୍କର ଜଣେ ନାବାଳକ ସାଙ୍ଗ ସହ ମିଶି ମଧ୍ୟରାତ୍ରିରେ ବନିତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା । ମୃତକଙ୍କ ଭାଇ ଓ ହତ୍ୟାକାରୀର ଭଉଣୀ ମଧ୍ୟରେ ହୋଇଥିବା ପ୍ରେମ ବିବାହ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଜଣାପଡିଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ