ETV Bharat / state

ନିଜେ ଟଙ୍କା ଲୁଟ କରି ଥାନାରେ ଦେଇଥିଲା ଏତଲା, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଫାଇନାନ୍ସ କମ୍ପାନୀରୁ ନିଜେ ଟଙ୍କା ହଡପ କରି ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସର ତଦନ୍ତ ପରେ ଜଣା ପଡିଛିକି ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ । ଅଧିକ ପଢନ୍ତୁ

ନିଜେ ଟଙ୍କା ଲୁଟ କରି ଥାନାରେ ଦେଇଥିଲା ଏତଲା, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ
ନିଜେ ଟଙ୍କା ଲୁଟ କରି ଥାନାରେ ଦେଇଥିଲା ଏତଲା, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ
author img

By

Published : Aug 24, 2022, 6:01 PM IST

ସମ୍ବଲପୁର: ଭାରି ପଡିଲା ଚଞ୍ଚକତା । ଫାଇନାନ୍ସ କମ୍ପାନୀରୁ ନିଜେ ଟଙ୍କା ହଡପ କରି ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସର ତଦନ୍ତ ପରେ ଜଣା ପଡିଛିକି ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ । ଭାରତ ଫଇନାନ୍ସ ଇନ ଲିମିଟେଡ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ନିଜେ ଭାରତ ଫଇନାନ୍ସ କମ୍ପାନୀରୁ ଟଙ୍କା ହଡପ କରି ସମ୍ବଲପୁୁର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ପ୍ରେସ ମିଟ କରି ସୂଚନା ଦେଇଛନ୍ତି ।

ନିଜେ ଟଙ୍କା ଲୁଟ କରି ଥାନାରେ ଦେଇଥିଲା ଏତଲା, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ସୂଚନା ଅନୁଯାୟୀ ଜ୍ୟୋତିଲାଲ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଭାରତ ଫାଇନାନ୍ସ ଇନ ଲିମିଟେଡ଼ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲା । ଯେଉଁ ସଂସ୍ଥାର ସେ କାମ କରୁଥିଲେ ସେହି ସଂସ୍ଥାରୁ ସେ ନିଜେ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ଟଙ୍କା ହଡପ କରିଥିଲେ । ଟଙ୍କା ହଡପ ପରେ ନିଜ ଆଡକୁ ସନ୍ଦେହ ନ ଆସିବା ପାଇଁ ଚାଲାକି କରି ଜ୍ୟୋତିଲାଲ ବିଶ୍ୱାଳ ଟଙ୍କା ହଡପ ଅଭିଯୋଗରେ ଥାନାରେ ଏତଲା ଦେଇଥିଲେ । ପରେ ସମ୍ବଲପୁର ପୋଲିସ ଏତଲା ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୁକ୍ତ ଭାରତ ଫାଇନାନ୍ସ ଇନ ଲିମିଟେଡ଼ ଅର୍ଥ ଲଗାଣକାରୀ ସଂସ୍ଥାର ବୌଦ୍ଧ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲା । ତେବେ କମ୍ପାନୀରୁ ଟଙ୍କା ହଡପ କରିବା ପାଇଁ ରଚିଥିଲା ଷଡଯନ୍ତ୍ର । ଦୁଇ ଜଣ ସହଯୋଗୀଙ୍କ ସହିତ ମିଶି ଆରମ୍ଭ କରିଥିଲା ଡକାୟତିର ନାଟକ । ଶେଷରେ ଷଡଯନ୍ତ୍ର ସଫଳ ହେବା ସହିତ ଅଭିଯୁକ୍ତ କମ୍ପାନୀ ଟଙ୍କା ମଧ୍ୟ ହଡପ କରିନେଲା । ପରେ ନିଜ ଆଡକୁ ଯେପରି କାହାରି ସନ୍ଦେହ ନ ଯିବ ସେଥିପାଇଁ ଚାଲାକି କରି ଥାନାରେ ଦେଇଥିଲା ଏତଲା । ସେ ଗତ 12 ତାରିଖରେ ଚାରମାଳ ଅଞ୍ଚଳରୁ କମ୍ପାନୀର 54,797 ଟଙ୍କା ସଂଗ୍ରହ କରି ବୌଦ୍ଧ ଫେରୁଥିବା ସମୟରେ ଅପରାହ୍ନ ପ୍ରାୟ 2 ଟା 30 ସମୟରେ ହେମନ୍ତଖୋଲ ଗାଁ ନିକଟରୁ 2 ଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ତାଙ୍କୁ ଲାଠି ଦେଖାଇ ତାଙ୍କ ଠାରୁ ଟଙ୍କା ମୋବାଇଲ ଟେବଲେଟ ଓ ବୟୋମେଟ୍ରିକ ଯନ୍ତ୍ର ଲୁଟି ନେଇଥିଲେ ବୋଲି ସେ ଥାନାରେ ଏକ ମାମଲା ରୁଜୁ କରିଥିଲା ।

ତେବେ ଏନେଇ ପୋଲିସ ତଦନ୍ତ କଲା ପରେ ଅଭିଯୋଗ କରିଥିବା ଜ୍ୟୋତିଲାଲ ବିଶ୍ୱାଳ ନିଜେ ଷଡଯନ୍ତ୍ର କରି ଡକାୟତିର ନାଟକ କରି କମ୍ପାନୀର ଟଙ୍କା ହଡପ କରିଥିବାର ପୋଲିସ ଜାଣିବାକୁ ପାଇଥିଲା ।ଏହି ଘଟଣାରେ ପୋଲିସ ଜ୍ୟୋତିଲାଲ ବିଶ୍ୱାଳଙ୍କ ସହଯୋଗୀ ଶୁଭମ ପ୍ରସାଦ ବିଶ୍ୱାଳ ଓ ଗୌତମ ବିଶ୍ୱାଳଙ୍କୁ ଗିରଫ କରିଥିବା ଆଜି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କ ଠାରୁ 54,797 ଟଙ୍କା ,2ଟି ବାଇକ,3 ଟି ମୋବାଇଲ ଫୋନ,ଏକ ଟେବଲେଟ, ଗୋଟିଏ ପାୱାର ବ୍ୟାଙ୍କ ଓ କିଛି କାଗଜପତ୍ର ଥିବା ବ୍ୟାଗ ଜବତ କରିଛି ସମ୍ବଲପୁର ପୋଲିସ ।

ଭାରତ ଫାଇନାନ୍ସ କମ୍ପାନୀର ସେ ନିଜେ କର୍ମଚାରୀ, ଏଜେଣ୍ଟ ଭାବରେ ସେ ଅର୍ଥ ସଂଗ୍ରହ କରୁଥିଲା । ସେ ନିଜେ ନିଜ ସହଯୋଗୀଙ୍କ ସହ ମିଶି ଟଙ୍କା ହଡପକୁ ଡକାୟତିର ନାଟକ ରଚିଥିଲା । ପରେ ସେ ନିଜେ ଆସି ଥାନାରେ ଡକାୟତିର ଏତଲା ଦେଇଥିଲା । ଏତଲା ଆଧାରରେ ପୋଲିସ ଟିମ ହାଇୱେରେ ଥିବା ବିଭିନ୍ନ ସିସିଟିଭି ଚେକ କରାଯାଇଥିଲା । ସେହିପରି ଭାବରେ ବହୁତ ଟେକ୍ନିକାଲ ଡାଟା ଆନାଲାଇସିସ କରାଗଲା । ତାଙ୍କର ଏକ ବ୍ୟକ୍ତିଗତ ଭାବରେ ଟାବେଲେଟ ରହିଛି । ଯେଉଁଥିରେ ସବୁ ପ୍ରକାର ଡାଟା ସେମାନେ ଏଣ୍ଟ୍ରି କରୁଥିଲେ । ଏହା ସହିତ ସେମାନେ ତାଙ୍କ ମୋବାଇଲ ଗୁଡିକ ମଧ୍ୟ ଅଲଗା ଅଲଗା ଜାଗାରେ ରଖିଥିଲେ । ସବୁ ତଦନ୍ତ ପରେ ଜଣା ପଡିଛି କି ଏତଲା ଦେଇଥିବା ବ୍ୟକ୍ତି ହିଁ ନିଜେ ଅଭିଯୁକ୍ତ । ପରେ ଅଭିଯୁକ୍ତ ସହ ତାର ଦୁଇ ସହଯୋଗୀକୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ 54,797 ଟଙ୍କା ଜବତ କରାଯିବା ସହିତ ମୋବାଇଲ ଫୋନଗୁଡିକ ଜବତ କରାଯଇଛି ବୋଲି ସମ୍ବଲପୁର ଏସପି ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.