ETV Bharat / state

ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ, କଳା ହଳଦୀରୁ ତିଆରି କଲେ ଜୈବିକ ବ୍ୟାଟେରୀ

author img

By

Published : May 12, 2023, 4:13 PM IST

ପୁଣି ଚର୍ଚ୍ଚାରେ ସମ୍ବଲପୁରର ଯୁବ ବୈଜ୍ଞାନିକ ଦିବ୍ୟରାଜ, କଳା ହଳଦିରୁ ତିଆରି କଲେ ଜୈବିଜ ବ୍ୟାଟେରୀ

sambalpur scientist dibyaraj
sambalpur scientist dibyaraj
sambalpur scientist dibyaraj

ସମ୍ବଲପୁର: ଯୁବ ଉଦ୍ଭିଦ ବିଜ୍ଞାନୀଙ୍କ ନୂଆ ଆବିଷ୍କାର । କଳା ହଳଦୀରୁ ଜୈବିକ ବ୍ୟାଟେରୀ ତିଆରି କଲେ ସମ୍ବଲପୁରର ଯୁବ ଉଦ୍ଭିଦ ବିଜ୍ଞାନୀ ଦିବ୍ୟରାଜ ବେରିହା l ନିଜେ ଚାଷ କରିଥିବା କଳା ହଳଦୀରୁ ସେ ଏହି ଜୈବିକ ବ୍ୟାଟେରୀ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମୁଖ୍ୟତଃ ଆମେ ବ୍ୟବହାର କରୁଥିବା ବ୍ୟାଟେରୀର ଇଲେକ୍ଟ୍ରୋଲାଇଟ ପରିବେଶ ପାଇଁ ଭଲ ହୋଇନଥିବା ବେଳେ ଏହାକୁ ମାଟିରେ ମିଶିବାକୁ 300 ବର୍ଷ ଲାଗିଥାଏ ବୋଲି କୁହାଯାଏ ଓ ଏହା ପରିବେଶ ପାଇଁ କ୍ଷତିକାରକ ମଧ୍ୟ l ତେଣୁ ଏହାର ବିକଳ୍ପ ଖୋଜିବା ପାଇଁ ଅନୁସନ୍ଧାନ ଓ ଗବେଷଣା କରୁ କରୁ ସମ୍ବଲପୁରର ଯୁବ ବୈଜ୍ଞାନିକ ଦିବ୍ୟରାଜ ବେରିହା ତିଆରି କରିଛନ୍ତି ଜୈବିଜ ବ୍ୟାଟେରୀ । ଯାହାକୁ କଳା ହଳଦୀରୁ ତିଆରି କରିଛନ୍ତି ।

ପୂର୍ବରୁ ସେ କଳା ହଳଦୀ, କାଶ୍ମୀରୀ କେଶର, କଳା ଧାନ ସମ୍ବଲପୁରରେ ନିଜ ଫାର୍ମରେ ଉତ୍ପାଦନ କରି ଚର୍ଚ୍ଚାରେ ଥିବା ବେଳେ ଏବେ ଜୈବିଜ ବ୍ୟାଟେରୀ ତିଆରି କରି ଚର୍ଚ୍ଚା ସାଉଁଟୁଛନ୍ତି l କ୍ଷତିକାରକ ରାସାୟନିକ ଇଲେକ୍ଟ୍ରୋଲାଇଟ ବ୍ୟବହାର ବଦଳରେ ସେ କଳା ହଳଦୀ ଓ ଏକ ଜୈବିକ ମିଶ୍ରଣକୁ ନେଇ ପ୍ରସ୍ତୁତ ଇଲେକ୍ଟ୍ରୋଲାଇଟ ବ୍ୟବହାର କରି ଏହି ବ୍ୟାଟେରୀ ତିଆରି କରିଛନ୍ତି l ଏହା ରାସାୟନିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତିରେ ପରିବର୍ତ୍ତନ କରି ଶକ୍ତି ପ୍ରଦାନ କରୁଛି l ବର୍ତ୍ତମାନ ସାଧାରଣ ଖୋଳରେ ସେ ଏହି ଜୈବିକ ମିଶ୍ରଣ ଭର୍ତ୍ତି କରି ବ୍ୟାଟେରୀ ପ୍ରସ୍ତୁତ କରୁଥୁବା ବେଳେ ଆଗାମୀ ଦିନରେ ଵୟୋ ପ୍ଲାଷ୍ଟିକ କଭର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି । ଏହି ଜୈବିକ ବ୍ୟାଟେରୀ ମଧ୍ୟରେ ବର, ପିପଲ ଜାତୀୟ କିଛି ମଞ୍ଜି ସଂରକ୍ଷିତ କରି ରଖାଯାଇଛି l ଏହି ବ୍ୟାଟେରୀକୁ ବ୍ୟବହାର କରିବା ପରେ ଯେବେ ବ୍ୟାଟେରୀକୁ ଫିଙ୍ଗି ଦିଆଯିବ ସେତେବେଳେ ସେଥିରେ ଥିବା ମଞ୍ଜିରୁ ଗଛ ଉଠିବ ଓ ତାହା ସବୁଜ ପରିବେଶ ସୃଷ୍ଟି କରିବ ବୋଲି ସେ ଆଶା ରଖିଛନ୍ତି l

ଏହି ବାୟୋ ବ୍ୟାଟେରୀ ଆସନ୍ତା ଜୁନ 5 ରୁ 7 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରେ ହେବାକୁ ଥିବା ବାୟୋଡିଗ୍ରେଡେବୁଲ ଏକ୍ସପୋ 2023 ରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି l ସୂଚନା ଯୋଗ୍ୟ ଯେ ଦିବ୍ୟରାଜ ପୂର୍ବରୁ କଳା ହଳଦୀ, କଳା ଧାନ, କାଶ୍ମୀର କେଶର, ଶାମୁକାରୁ ମୁକ୍ତା, କୀଡା ଜଡି ଛତୁ ଉତ୍ପାଦନ କରି ସାରିଛନ୍ତି l କୁଳୁତକାନି ନିବାସୀ ଦିବରାଜ ନିଜର ଖଣ୍ଡୁଆଳ ସ୍ଥିତ ଫାର୍ମ ହାଉସ BR Biotechରେ ଏହି ସବୁ ଅନୁସନ୍ଧାନ କରି ଏହି ବ୍ୟାଟେରୀ ତିଆରି କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.