ETV Bharat / state

Unclaimed Account: ଅନାବଶ୍ୟକ ଖାତାର ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ

ଆପଣ ବହୁ ବର୍ଷ ପୂର୍ବରୁ ବ୍ୟାଙ୍କରେ କୌଣସି ଆକାଉଣ୍ଟ ଖୋଲିଥିଲେ କି ? ଯଦି ଆପଣ ସେହି ଆକାଉଣ୍ଟରେ କୌଣସି ନେଣଦେଣ କି ଟଙ୍କା ପୈଠ କରୁନାହାନ୍ତି, ତେବେ ଉକ୍ତ ଆକାଉଣ୍ଟ କି ଟଙ୍କା ବୁଡିଯିବ ନାହିଁ । ଏହି ଟଙ୍କା ଫେରାଇବା ଲାଗି RBI ନୂଆ ଯୋଜନା ଆରମ୍ଭ କରିଛି । ଅଧିକ ପଢନ୍ତୁ

author img

By

Published : Jun 1, 2023, 4:10 PM IST

Etv Bharat
Etv Bharat
Unclaimed Account

ସମ୍ବଲପୁର: ଆପଣ ବହୁ ବର୍ଷ ପୂର୍ବରୁ ବ୍ୟାଙ୍କରେ କୌଣସି ଆକାଉଣ୍ଟ ଖୋଲିଥିଲେ କି ? ସେହି ଆକାଉଣ୍ଟରେ ଯଦି ଆପଣ ନେଣଦେଣ କରୁନାହାନ୍ତି ଏବଂ ଯଦି ସେଥିରେ କିଛି ଟଙ୍କା ରହିଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଟଙ୍କା ଆପଣଙ୍କ ନିକଟକୁ ଫେରିଆସିବ । ଆପଣଙ୍କୁ ବ୍ୟାଙ୍କ ନିଜେ ଯୋଗାଯୋଗ କରି ଆପଣଙ୍କ ଟଙ୍କା ଫେରେଇ ଦେବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର '୧୦୦ଦିନ-୧୦୦ ଦେୟ' ଯୋଜନା ଅନୁସାରେ ଦେଶର ବିଭିନ୍ନ ବ୍ୟାଙ୍କ ଖାତାରେ ପଡ଼ି ରହିଥିବା ଏହି ଅନାବଶ୍ୟକ ଟଙ୍କାକୁ ଫେରାଯିବ ।

RBIର ନିର୍ଦ୍ଦେଶ ଅନୁସାରେ ସବୁ ଜାତୀୟକରଣ ବ୍ୟାଙ୍କ ନିଜ ଜିଲ୍ଲାରେ ପ୍ରମୁଖ ଅନାବଶ୍ୟକ ଖାତାର ଜମାକାରୀମାନଙ୍କୁ ଚିହ୍ନଟ କରି ନୋଟିସ ଜାରି କରିବା ସହ ସବୁ ଟଙ୍କା ଫେରାଇ ଦିଆଯିବ । ବିଭିନ୍ନ ସମୟରେ ଲୋକମାନେ ଅତ୍ୟାବଶ୍ୟକ ପରିସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଭୁଲି ଯାଆନ୍ତି ଅଥବା ଅନ୍ୟତ୍ର ବଦଳି ହୋଇଗଲେ ପୁରୁଣା ଆକାଉଣ୍ଟକୁ ଅଚଳ କରି ଦିଅନ୍ତି । କେତେକ କ୍ଷେତ୍ରରେ ଗ୍ରାହକଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ଆକାଉଣ୍ଟ ଅଚଳ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ କୌଣସି ବ୍ୟାଙ୍କର ଆକାଉଣ୍ଟ ୧୦ବର୍ଷ ଯାଏଁ ଅଚଳ ରହିଲେ ବା ଟ୍ରାଞ୍ଜାକ୍ସନ ନହେଲେ ଏହି ଆକାଉଣ୍ଟର ଟଙ୍କାକୁ ସମ୍ପୃକ୍ତ ବ୍ୟାଙ୍କ RBIକୁ ଟ୍ରାନ୍ସଫର କରିଥାଏ । ଏହାକୁ RBI Depositers Education Awareness Fundରେ ବ୍ୟବହାର କରିଥାଏ l

ଏହା ବି ପଢନ୍ତୁ- ବର୍ନାର୍ଡ ଆର୍ନଲ୍ଟକୁ ପଛରେ ପକାଇଲେ ଏଲନ ମସ୍କ, ହେଲେ ଧନୀ ନମ୍ବର-1

ତେବେ ବର୍ତ୍ତମାନ RBI ପ୍ରତ୍ୟେକ ଜାତୀୟକରଣ ବ୍ୟାଙ୍କକୁ ଏକ ନିର୍ଦ୍ଦେଶନାମା ଜାରି କରିଛି । ପ୍ରତ୍ୟେକ ବ୍ୟାଙ୍କ ନିଜ ନିଜ ଜିଲ୍ଲାର ଏହିଭଳି ଅନାବଶ୍ୟକ ଖାତାକୁ ଚିହ୍ନଟ କରିବେ । ସେମାନଙ୍କୁ ନୋଟିସ ଦେବେ ଓ ଆବଶ୍ୟକୀୟ କାଗଜପତ୍ର ଥିଲେ ଟଙ୍କା ଫେରସ୍ତ କରିବେ । ତେବେ ଏହି ଅର୍ଥ ରାଶିରେ କୌଣସି କୌଣସି ସୁଧ ପ୍ରଦାନ କରାଯିବ ନାହିଁ । ଏନେଇ ସମ୍ବଲପୁର SBI ଆଞ୍ଚଳିକ ଶାଖାର ଆଞ୍ଚଳିକ ପରିଚାଳକ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା ଓ ଦେବଗଡ଼ ଜିଲ୍ଲାର ଏହିଭଳି ୧୦୦ଟି ଲେଖାଏଁ ଅନାବଶ୍ୟକ ଜମାକାରୀ ଆକାଉଣ୍ଟକୁ ଚିହ୍ନଟ କରି SBI ଗ୍ରାହକ ଅଥବା ତାଙ୍କର ଲିଗାଲ ହାୟରମାନଙ୍କୁ ଟଙ୍କା ଫେରସ୍ତ କରିବ । ଜୁନ୧ ତାରିଖରୁ ବ୍ୟାଙ୍କଗୁଡ଼ିକ ଏହି ଅଭିଯାନ ୧୦୦ଦିନ ଧରି ଚାଲିବ । ତେଣୁ ଏହିଭଳି କୌଣସି ଆକାଉଣ୍ଟ ଥିଲେ ଗ୍ରାହକମାନେ ନିଜ ପକ୍ଷରୁ ମଧ୍ୟ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ସୂଚନା ଦିଆଯାଇଛି ।

ଅନାବଶ୍ୟକ ଆକାଉଣ୍ଟ (Unclaimed Account) କଣ ?

ଯଦି କୌଣସି ଗ୍ରାହକ ସେଭିଂ ଆକାଉଣ୍ଟ ଅଥବା କରେଣ୍ଟ ଆକାଉଣ୍ଟ ଖୋଲିଛନ୍ତି ଆଉ ୧୦ ବର୍ଷ ଯାଏଁ କୌଣସି ଟ୍ରାନଞ୍ଜାକ୍ସନ ହୁଏ ନାହିଁ ତେବେ ଏହାକୁ unclaimed deposits କୁହାଯାଏ । ପରେ ଏହି ଅନାବଶ୍ୟକ ଖାତର ଟଙ୍କାକୁ ବ୍ୟାଙ୍କ RBIକୁ ହସ୍ତାନ୍ତର କରିଦିଏ । RBIରେ ଏହି ଟଙ୍କା ସମ୍ପୃକ୍ତ ଗ୍ରାହକଙ୍କ ନାମରେ ସୁରକ୍ଷିତ ରଖାଯାଏ । ଏହି ଟଙ୍କାକୁ RBI ସାଇବର ଅଥବା ବ୍ୟାଙ୍କ ଠକେଇ ନେଇ ଗ୍ରାହକମାନଙ୍କୁ ସଚେତନତା କରିବାରେ ବ୍ୟବହାର କରିଥାଏ । RBIର ଏହି ପାଣ୍ଠିକୁ Depositer Education Awareness Fund ବୋଲି କୁହାଯାଏ । ନୂଆ ଯୋଜନା ମାଧ୍ୟମରେ ଆରବିଆଇ ଏହି ଟଙ୍କା ଫେରସ୍ତ କରୁଥିବାରୁ RBIର ଏହି ପଦକ୍ଷେପକୁ ସାଧାରଣ ଲୋକ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.