ETV Bharat / state

ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ରେଢ଼ାଖୋଲ ବିଧାୟକଙ୍କ ସହ ବୈଠକ - ଇଂ ରୋହିତ ପୂଜାରୀଙ୍କ ସହ ଆଲୋଚନା କଲେ ଯାତ୍ରା ସମନ୍ମୟ ସମିତି

ଆସନ୍ତା ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ସହ ଶୀତଳଷଷ୍ଠୀ ଯାତ୍ରା ମିଳିତ କ୍ରିୟାନୁଷ୍ଠାନ ସମିତିର ଆଲୋଚନା । ଅଧିକ ପଢନ୍ତୁ

ଆସନ୍ତା ଶୀତଳ ଷଷ୍ଠୀ ପାଇଁ ରେଢ଼ାଖୋଲ ବିଧାୟକଙ୍କ ସହ ଆଲୋଚନା କଲେ ଯାତ୍ରା ସମନ୍ବୟ ସମିତି

author img

By

Published : May 13, 2022, 10:40 AM IST

ସମ୍ବଲପୁର: ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା (Shitala Shashthi Yatra) ସୁରୁଖୁରୁରେ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ । ଯାତ୍ରାରେ କୌଣସି ଆର୍ଥିକ ସଙ୍କଟ ନହେବ ସେଥିପାଇଁ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ୨ ବର୍ଷ ହେବ କୋଭିଡ ଯୋଗୁଁ ଶୀତଳଷଷ୍ଠୀ ଆଡମ୍ବର ସହ ହୋଇପାରୁନଥିଲା । ତେବେ ଚଳିତବର୍ଷ କୋଭିଡ ପରିସ୍ଥିତିରେ ସୁଧାର ଆସିଥିବାରୁ ଏଥର ଧୂମଧାମରେ ପାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଆସନ୍ତା ଶୀତଳ ଷଷ୍ଠୀ ପାଇଁ ରେଢ଼ାଖୋଲ ବିଧାୟକଙ୍କ ସହ ଆଲୋଚନା କଲେ ଯାତ୍ରା ସମନ୍ବୟ ସମିତି

ଏଥିପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ରୋହିତ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ଭୁବନେଶ୍ୱର ଯାଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଶୀତଳ ଷଷ୍ଠୀ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ଦିଆଯାଇଛି । ସେପଟେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିପରି ଅଧିକ ଆର୍ଥିକ ଅନୁଦାନ ମିଳିବ ସେନେଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଚେଷ୍ଟା କରିବେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.