ସମ୍ବଲପୁର: ପୁରା ପୋଲିସ ବିଭାଗକୁ ଅଡୁଆରେ ପକାଇଥିବା ଗ୍ୟାଙ୍ଗଷ୍ଟର ହାଇଦର ମାମଲରେ କମିଶନରେଟ ପୋଲିସକୁ ସାହାଯ୍ୟ କରିବ ସମ୍ବଲପୁର ପୋଲିସ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ।
ହାଇଦର ଫେରାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର । ବର୍ତ୍ତମାନ ପରିସ୍ଥିତିରେ ହାଇଦର ତେଲେଙ୍ଗାନାରୁ ଧରା ପଡିବା ପରେ ଫେରାର ଘଟଣାର ତଦନ୍ତ ଜାରିରହିଛି । କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର ଫେରାର ମାମଲାର ତଦନ୍ତ ଦାୟିତ୍ବରେ ରହିଛି । ଯଦି କମିଶନରେଟ ପୋଲିସ ଚାହିଁବ ତାହେଲେ ସମ୍ବଲପୁର ପୋଲିସ ସବୁ ପ୍ରକାର ସହଯୋଗ କରିବ ବୋଲି ଏସପି କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ