ସମ୍ବଲପୁର: ଜିଲ୍ଲାର ମହୁଲପାଲି ଥାନା ଜୟପୁର ଗଡ଼ର ୧୬ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସମୀର କାଲୋକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସମ୍ବଲପୁର POCSO ଫାଷ୍ଟ ଟ୍ରାକ କୋର୍ଟ । ଏହା ସହ ୫୦ହଜାର ଟଙ୍କା ଜୋରିମାନା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଦୋଷୀ ଯଦି ଜୋରିମାନା ଟଙ୍କା ନଦେଲେ ତେବେ କାରାଦଣ୍ତ ବର୍ଷେ ବୃଦ୍ଧି ପାଇବ । ଏନେଇ ଆଜି ସମ୍ବଲପୁର POCSO ଫାଷ୍ଟ ଟ୍ରାକ କୋର୍ଟ ଶୁଣାଣି କରିଛନ୍ତି । ୨୦୨୦ ମେ ୧୦ ତାରିଖ ଜୟପୁରଗଡ଼ ୧୬ ବର୍ଷର ନାବାଳିକାକୁ ସମୀର କାଲୋ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ଏହା ପରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହୋଇଥିଲେ ।
ଏହି ମାମଲାରେ ଅଭିଯୁକ୍ତ ଗିରଫ ହୋଇ ଜେଲରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଡ଼ିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର