ETV Bharat / state

ଚର୍ଚ୍ଚାରେ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ର, ସୁନ୍ଦର ପରିବେଶ ସାଙ୍ଗକୁ ମିଳୁଛି ଉନ୍ନତମାନର ସ୍ବାସ୍ଥ୍ୟସେବା

ଚର୍ଚ୍ଚାରେ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ର । ସୁନ୍ଦର ପରିବେଶ ସାଙ୍ଗକୁ ରୋଗୀଙ୍କୁ ମିଳୁଛି ଉନ୍ନତମାନର ସ୍ବାସ୍ଥ୍ୟସେବା । ସ୍ୱାସ୍ଥ୍ୟକେନ୍ଦ୍ର ଏକ ପାର୍କ ଭଳି ସଜେଇ ହୋଇଛି । ଖାଲି ସେତିକି ନୁହେଁ କାନ୍ଥରେ ଜଳ ସଂରକ୍ଷଣକୁ ନେଇ ବିଭିନ୍ନ କ୍ଷେତ୍ରରେ ସଚେତନ କରାଯାଇଛି । ଉତ୍ତମ ସ୍ୱାସ୍ଥ୍ୟସେବା ଓ ସୁନ୍ଦର ପରିବେଶ ପାଇଁ ଚର୍ଚ୍ଚାରେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଡାକ୍ତର ଅମୁଲ୍ୟରତ୍ନ ମହାନ୍ତଙ୍କ ଉଦ୍ୟମରେ ଏହା ସଫଳ ହୋଇଛି ।

author img

By

Published : Sep 11, 2022, 10:06 PM IST

Updated : Sep 16, 2022, 2:40 PM IST

ଚର୍ଚ୍ଚାରେ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ର, ସୁନ୍ଦର ପରିବେଶ ସାଙ୍ଗକୁ ମିଳୁଛି ଉନ୍ନତମାନର ସ୍ବାସ୍ଥ୍ୟସେବା
ଚର୍ଚ୍ଚାରେ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ର, ସୁନ୍ଦର ପରିବେଶ ସାଙ୍ଗକୁ ମିଳୁଛି ଉନ୍ନତମାନର ସ୍ବାସ୍ଥ୍ୟସେବା

ସମ୍ବଲପୁର: ସାଧରଣ ଗରିବ ଲୋକଙ୍କ ପାଖକୁ ଉନ୍ନତ ସ୍ୱାସ୍ଥ୍ୟ ସେବା ସରକାରଙ୍କ ପ୍ରମୁଖ କର୍ତ୍ତବ୍ୟ ଓ ଲକ୍ଷ୍ୟ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ତେବେ ବିଭିନ୍ନ ସମୟରେ ସହରାଞ୍ଚଳର ଲୋକେ ଏହି ସୁବିଧା ସୁଯୋଗ ପାଉଥିବା ବେଳେ ଉପାନ୍ତ ଅଞ୍ଚଳ ଲୋକେ ଏହି ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳେ। ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ କୁହାଯାଉଥିବା ନାକଟିଦେଉଳ ବ୍ଲକରେ ବ୍ୟତିକ୍ରମ ଦେଖିବାକୁ ମିଳଛି । ନାକଟିଦେଉଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ଅମୁଲ୍ୟରତ୍ନ ମହାନ୍ତଙ୍କ ଉଦ୍ୟମରେ ଏହି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମିତି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳୁଛି ।

ଚିକିତ୍ସାଳୟର ଚତୁର୍ଦିଗ ଏତେ ସୁନ୍ଦର ଓ ମନୋଲୋଭା ହୋଇଛି ଯେ ରୋଗୀ ଏଠାକୁ ଥରେ ଆସିଲେ ଆଉ ଯିବାକୁ ମନ ବଳାଉ ନାହାନ୍ତି । ଉତ୍ତମ ସ୍ବାସ୍ଥ୍ୟସେବା ପାଇ ସ୍ଥାନୀୟ ଲୋକ ନର୍ସିଂହୋମ ଯିବା ବାଟ ଭୁଲିଯାଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ଏକ ପାର୍କ ଭଳି ସଜେଇ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରହିଛି ପାରିଜାତ ପୁଷ୍ପ ଉଦ୍ୟାନ । ଉଦ୍ୟାନରେ ସୁନ୍ଦର ସୁନ୍ଦର ଫୁଲଗଛ ସହିତ ବିଭିନ୍ନ ଔଷଧୀୟ ବୃକ୍ଷ ସ୍ୱାସ୍ଥ୍ୟକେନ୍ଦ୍ରର ଶୋଭା ବଢାଉଛି । ଖାଲି ସେତିକି ନୁହେଁ କାନ୍ଥରେ ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସଂପର୍କିତ ସୂଚନା ଏବଂ ବିଭିନ୍ନ ସଚେତନତା ବାର୍ତ୍ତା ଲେଖାଯାଇଛି । ଉତ୍ତମ ସ୍ୱାସ୍ଥ୍ୟସେବା ଓ ସୁନ୍ଦର ପରିବେଶ ପାଇଁ ଚର୍ଚ୍ଚାରେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଡାକ୍ତର ଅମୁଲ୍ୟରତ୍ନ ମହାନ୍ତଙ୍କ ଉଦ୍ୟମରେ ଏହା ସଫଳ ହୋଇଛି ।

ଦେଖିବାକୁ ଅବିକଳ ଏକ ପାର୍କ ପରି ଦେଖାଯାଉଥିବା ଏହି ସ୍ଥାନଟି ପାର୍କ ନୁହେଁ ଏ ହେଉଛି ନାକଟିଦେଉଳ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଵଚ୍ଛତା ଓ ସାଜସଜ୍ଜା ଏମିତି ହୋଇଛି ଲୋକଙ୍କ ମନରେ ଏକ ପାର୍କର ଭ୍ରମ ସୃଷ୍ଟି କରିବା ସ୍ୱାଭାବିକ । ବାସ୍ତବରେ ଏହା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ପ୍ରତ୍ୟେକ ଦିନ ରୋଗୀଙ୍କ ଗହଳି ଜମିଥାଏ । ରୋଗୀ ହୁଅନ୍ତୁ କି ରୋଗୀଙ୍କ ସଂପର୍କୀୟ ସମସ୍ତେ ଏହି ଚିକିତ୍ସାଳୟର ସେବାରେ ସନ୍ତୁଷ୍ଟ । କାରଣ ଏଠାରେ ରୋଗୀଙ୍କ ପାଇଁ 24 ଘଣ୍ଟା ଚିକିତ୍ସା ସେବା ଉପଲବ୍ଧ ହେଉଛି । ଡାକ୍ତରଙ୍କ ବ୍ୟବହାର ମଧ୍ୟ ବେଶ ସୁନ୍ଦର । ଏଠାରେ ନିରାମୟ, ନିଦାନ, ଜନନୀ ଶିଶୁ ସୁରକ୍ଷା ଯୋଜନା ସହ ସମସ୍ତ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ହେଉଛି । ମାଗଣାରେ ଔଷଧ, ରକ୍ତ ପରୀକ୍ଷା, ରୋଗ ପରୀକ୍ଷା ସବୁ କିଛି ଉପଲବ୍ଧ ହେଉଛି । ଦୂର ଦୁରାନ୍ତରୁ ଆସୁଥିବା ଗର୍ଭବତୀ ମହିଳାଙ୍କ ରହିବା, ଖାଇବା ସବୁ ମାଗଣାରେ ମିଳୁଛି । ଏହି ଅଞ୍ଚଳର ଲୋକେ ସରକାରୀ ହସ୍ପିଟାଲ ଛାଡି କେବେ ବି ଘରୋଇ ନର୍ସିଂହୋମକୁ ଯାଉନଥିବା କହିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଅମୂଲ୍ୟରତ୍ନ ମହାନ୍ତଙ୍କ ଯୋଗୁଁ ଏହି ହସ୍ପିଟାଲର ସ୍ୱାସ୍ଥ୍ୟସେବା ଘରୋଇ ଡାକ୍ତରଖାନାଠୁ ଭଲ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଏହା ବି ପଢନ୍ତୁ...ସ୍କୁଲ ବହିରେ ତ୍ରୁଟି, ଜାତୀୟ ସଙ୍ଗୀତରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ

ହସ୍ପିଟାଲର ପ୍ରାଥମିକ ଲକ୍ଷ୍ୟ ହେଉଛି ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା । ଏଥିପାଇଁ ହସ୍ପିଟାଲ ପରିସରରେ ଇକୋ ଫ୍ରେଣ୍ଡଲି ପଦକ୍ଷେପ ମଧ୍ୟ ନିଆଯାଇଛି । ହସ୍ପିଟାଲ ପରିସରରେ ଫୁଲ ବଗିଚା, ଔଷଧୀୟ ବୃଷ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କମ୍ପୋଷ୍ଟର ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହ ମହିଳାଙ୍କ ବିରୁଦ୍ଧରେ ହିଂସା ରୋକିବା, ଜଳ ସଂରକ୍ଷଣ, ଝିଅଙ୍କୁ ଶିକ୍ଷା, ପରିବେଶ ସୁରକ୍ଷା, ପରିବାରର ମହତ୍ତ୍ୱ, ବାହ୍ୟ ସ୍ଥାନରେ ଶୌଚ ନକରିବା, ଶୌଚାଳୟ ବ୍ୟବହାର ଆଦି ପ୍ରସଙ୍ଗ ଉପରେ ୱାଲ ପେଣ୍ଟିଙ୍ଗ ଜରିଆରେ ସଚେତନତା କରାଯାଉଛି । ରୋଗୀଙ୍କୁ ନକରାତ୍ମକ ମାନସିକତାରୁ ମୁକ୍ତ କରିବାକୁ ହସ୍ପିଟାଲର ପରିବେଶକୁ ଏହିପରି କରାଯାଇଛି ବୋଲି କହିଛନ୍ତି ଡାକ୍ତର ଅମୂଲ୍ୟରତ୍ନ ମହାନ୍ତ । ଏଥିପାଇଁ କିଛି ବର୍ଷ ହେଲା ଏହି ହସ୍ପିଟାଲ ରାଜ୍ୟର 4 ରୁ 5 ନମ୍ବର ରାଂକରେ ରହିଛି । ଗୁଣବତ୍ତା, ଶକ୍ତି ଓ ପରିବେଶ ପରିଚାଳନା ISOର ପ୍ରମାଣପତ୍ର ମିଳିଛି । ଏହା ସହ କିଛିଦିନ ତଳେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ଡ.ସୁରେଶ ଚନ୍ଦ୍ର ଦଳେଇ ଏହି ହସ୍ପିଟାଲ ପରିଦର୍ଶନ କରି ଏହାର ପ୍ରଶଂସା କରିଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସମାନ ରଣା, ଇଟିଭି ଭାରତ

Last Updated : Sep 16, 2022, 2:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.