ETV Bharat / state

ସମ୍ବଲପୁର ମର୍ଡର ମିଷ୍ଟ୍ରି, ମିଳିଲା 8ବର୍ଷ ପୁରୁଣା ମୃତଦେହର ହାଡ଼ କଙ୍କାଳ

ସମ୍ବଲପୁର ମର୍ଡର ମିଷ୍ଟ୍ରି ରେ ନୂଆ ଟ୍ବିଷ୍ଟ । 8 ବର୍ଷ ପୁରୁଣା ମର୍ଡର କେସର ରହସ୍ୟ ଉନ୍ମୋଚିତ । ମାଟି ତଳୁ ଉଦ୍ଧାର ହେଲା ହାଡ଼ କଙ୍କାଳ । ତେବେ ମା ପାଇଁ ନ୍ୟାୟ ମାଗି ଜୀବନ ଯୁଦ୍ଧରେ ଏକାକୀ ସଂଘର୍ଷ କରି ସଫଳ ହୋଇଛି ଝିଅ ।

author img

By

Published : Jul 26, 2019, 9:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ମର୍ଡର ମିଷ୍ଟ୍ରି ରେ ନୂଆ ଟ୍ବିଷ୍ଟ । ଶେଷରେ 8 ବର୍ଷ ପୁରୁଣା ମର୍ଡର କେସର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଧାର ଟଙ୍କା ମାଗିବାରୁ ଜଣେ ସମ୍ପର୍କୀୟକୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ପୋଲିସ ସମ୍ବଲପୁର ବଡ ସିଂହାରି ଗାଁ ପାଖ ଜଙ୍ଗଲରୁ ଜେସି ବି ସାହାଯ୍ୟରେ ମାଟି ଖୋଳି କିଛି ହାଡ଼ କଙ୍କାଳର ଅଂଶବିଶେଷ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ଖବର ଅନୁଯାୟୀ, ସମ୍ବଲପୁର ନନ୍ଦାପଡାର ଜୟଶ୍ରୀ ମିଶ୍ର 2011ରୁ ନିଖୋଜ ଥିଲେ । ତେବେ 8 ବର୍ଷ ପରେ ତାଙ୍କ ଝିଅ ଏହା ଏକ ହତ୍ୟାକାଣ୍ଡ ବୋଲି କହି ଡିଜିଙ୍କୁ ଲିଖିତ ଭାବେ ଜଣାଇବା ପରେ ଗତ କିଛି ଦିନ ତଳେ ଗିରଫ ହୋଇଥିଲା ଅଭିଯୁକ୍ତ । ତେବେ ଅଭିଯୁକ୍ତ ଶବକୁ ପୋତି ଦେଇଥିବାରୁ ସମ୍ବଲପୁର ପୋଲିସ ଶବର ସନ୍ଧାନରେ ଥିଲା । ଆଜି ସମ୍ବଲପୁର ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଳି କିଛି କଙ୍କାଳ ଅଂଶ ସଂଗ୍ରହ କରିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ପୋଲିସର ଅବହେଳା ସତ୍ତ୍ବେ ମୃତକଙ୍କ ଝିଅ ବିଜୟିନୀ ମିଶ୍ର ନିଜର ମାଙ୍କୁ ନ୍ୟାୟ ଦେବା ପାଇଁ 8 ବର୍ଷ ସଂଘର୍ଷ କରି ଏବେ ଅଭିଯୁକ୍ତକୁ ଜେଲ ପଠାଇଛନ୍ତି । ମୃତ ଜୟଶ୍ରୀଙ୍କ ଝିଅ ଯିଏ ବର୍ତ୍ତମାନ ଜେଏନୟୁରେ ପାଠ ପଢ଼ୁଛନ୍ତି । ସେ ଡିଜିଙ୍କୁ ଅଭିଯୋଗ କରିବା ସହ ଆରଟିଆଇରେ ତଥ୍ୟ ମାଗିବା ପରେ ପୋଲିସ ତନା ଘନା ଆରମ୍ଭ କରିଥିଲା । ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜ ମୃତ ମାଙ୍କ ଉପରେ ଲାଗିଥିବା ଚରିତ୍ରହୀନତାର ଦାଗକୁ ଧୋଇଦେବା ପାଇଁ ବିଜୟିନୀ ଏକାକୀ ସଂଘର୍ଷ କରି ସଫଳ ହୋଇପାରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଶେଷରେ 8 ବର୍ଷ ପୁରୁଣା ମର୍ଡର କେଶ ର ରହସ୍ୟ ଉନ୍ମୋଚନ କରିଛି ପୋଲିସ।ଆଜି ସମ୍ବଲପୁର ପୋଲିସ ସମ୍ବଲପୁର ବଡ ସିଂହାରି ଗାଁ ପାଖ ଜଙ୍ଗଲରୁ ମାଟି ଖୋଲି କିଛି ହାଡ଼ କଙ୍କାଲ ଅଂଶ ବିଶେଷ ପାଇଛି। ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ରିମାଣ୍ଡରେ ଆଣିବା ପରେ ଆଜି ଜଙ୍ଗଲ ଭିତରର ଜେସି ବି ସାହାଯ୍ୟରେ ମାଟି ଖୋଲି ରହି ନର କଙ୍କାଳ ର ଅଂଶ ପାଇଛି ପୋଲିସ

Body:ସମ୍ବଲପୁର ନନ୍ଦାପଡା ର ଜୟଶ୍ରୀ ମିଶ୍ର 2011 ରୁ ନିଖୋଜ ଥିଲେ।ତେବେ 8 ବର୍ଷ ପରେ ତାଙ୍କ ଝିଅ ଏହା ଏକ ହତ୍ୟା କାଣ୍ଡ ବୋଲି କହି ଡିଜିଙ୍କୁ ଲିଖିତ ଭାବେ ଜଣାଇବା ପରେ ଗତ କିଛି ଦିନ ତଳେ ଗିରଫ ହୋଇଥିଲା।ତେବେ ଅଭିଯୁକ୍ତ ଶବକୁ ପୋତି ଦେଇଥିବାରୁ ସମ୍ବଲପୁର ପୋଲିସ ଶବର ସନ୍ଧାନରେ ଥିଲା।

Conclusion:ଆଜି ସମ୍ବଲପୁର ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଲି କିଛି କଙ୍କାଳ ଅଂଶ ସଂଗ୍ରହ କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.