ETV Bharat / state

ଜାନୁଆରୀ 13ରୁ ହେବ ସମ୍ବଲପୁର ଲୋକ ମହୋତ୍ସବ, ସାମିଲ ହେବେ ବିଦେଶୀ କଲାକାର

author img

By

Published : Jan 9, 2023, 4:33 PM IST

ଦୀର୍ଘ ଦୁଇ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ଲୋକ ମହୋତ୍ସବ । ଆସନ୍ତା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ସାଂସ୍କୃତିକ ମହାକୁମ୍ଭର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

sambalpur loka mohotsav
ସମ୍ବଲପୁର ଲୋକ ମହୋତ୍ସବ
ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ଲୋକ ମହୋତ୍ସବ । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ସାଂସ୍କୃତିକ ମହାକୁମ୍ଭ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜନ ହେବାକୁ ଥିବା ବେଳେ ସମ୍ବଲପୁରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

ସମ୍ବଲପୁର ଅଇଁଠାପାଲି ସ୍ଥିତ ବିର୍ସାମୁଣ୍ଡା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସାଂସ୍କୃତିକ ମହୋତ୍ସବରେ ରାଜ୍ୟ ତଥା ଦେଶ ଓ ବିଦେଶର ଲୋକ କଳାକାର ଦଳ ସାମିଲ ହେବାକୁ ଯାଉଛନ୍ତି । ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକରୁ ୯ଟି ସାଂସ୍କୃତିକ ଦଳ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରୁ ୧୬ଟି ଦଳ, ରାଜ୍ୟ ସ୍ତରୀୟ ୭ଟି ଲୋକନୃତ୍ୟ ଦଳ, ଜାତୀୟ ସ୍ତରୀୟ ୮ଟି ଲୋକ ନୃତ୍ୟଦଳ ତଥା ଶ୍ରୀଲଙ୍କା, ମାଲେସିଆ ଓ ନେପାଳର 3ଟି ଅନ୍ତର୍ଜାତୀୟ ସାଂସ୍କୃତିକ ଦଳ ସାମିଲ ହେବେ ।

ଆସନ୍ତା ୧୩ ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସକାଳ ୮ରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା ପୂର୍ବକ ଗଙ୍ଗାଧର ମଣ୍ଡପରେ ପହଞ୍ଚିବ । ଏହାପରେ ଗଙ୍ଗାଧର ମଣ୍ଡପରେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ଏହି ଶୋଭାଯାତ୍ରା ପୁଣି ସହର ପରିକ୍ରମା କରି ଅଇଁଠାପାଲି ବିର୍ଷା ମୁଣ୍ଡା ପଡ଼ିଆରେ ପହଞ୍ଚିବ । ପ୍ରଥମ ସନ୍ଧ୍ୟା ୫ ଟାରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୫ ତାରିଖରେ ଲୋକ ମହୋତ୍ସବ ର ମୁଖ୍ୟ ମଞ୍ଚରେ କଳାକାର ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଲୋକକଳା, ଲୋକ ସଂସ୍କୃତି ଓ ପରମ୍ପରାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେବ ।

ଏହାବ୍ୟତୀତ ଜାନୁଆରୀ ୧୫ରୁ ୧୭ ତାରିଖ ଯାଏଁ ମହୋତ୍ସବ ଆୟୋଜନ ସ୍ଥଳରେ ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ବିଭିନ୍ନ ଆଲୋଚନା ଚକ୍ର ଏବଂ କବିତା ପାଠ ଅନୁଷ୍ଠିତ ହେବ । ଏହାସହ ୧୭ ତାରିଖ ସନ୍ଧ୍ୟାରେ ଏକ ବଡ଼ କାନଭାସରେ ଦଳଗତ ପେଣ୍ଟିଂ କରାଯିବାର ଯୋଜନା କରାଯାଇଛି । ଏତଦବ୍ୟତୀତ ୧୧ରୁ ୧୬ ତାରିଖ ପଯ୍ୟନ୍ତ ବିର୍ସା ମୁଣ୍ଡା ମଇଦାନରେ ଜାତୀୟସ୍ତରୀୟ ପଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଏଥିରେ ମୋଟ ୧୮୦ଟି ରାଜ୍ୟ ତଥା ରାଜ୍ୟ ବାହାର ଷ୍ଟଲ୍‌ ବସିବ ଓ ସମ୍ବଲପୁରୀ ହସ୍ତତନ୍ତ ପାଇଁ ସ୍ୱତନ୍ତ୍ର ଷ୍ଟଲ୍‌ର ମଧ୍ୟ ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.