ETV Bharat / state

ଆସନ୍ତା ଜାନୁଆରୀ 13ରୁ ସମ୍ବଲପୁର ଲୋକ ମହୋତ୍ସବ - ସମ୍ବଲପୁର ଲୋକ ମହୋତ୍ସବ

ଆସନ୍ତା ଜାନୁଆରୀ 13 ରୁ 4 ଦିନ ଧରି ହେବ ସମ୍ବଲପୁର ଲୋକ ମହୋତ୍ସଵ । ଅଧିକ ପଢନ୍ତୁ

ଆସନ୍ତା ଜାନୁଆରୀ 13 ରୁ ସମ୍ବଲପୁର ଲୋକ ମହୋତ୍ସବ

author img

By

Published : Nov 19, 2022, 11:49 AM IST

ସମ୍ବଲପୁର: ଆସନ୍ତା ଜାନୁଆରୀ 13 ରୁ 16 ତାରିଖ 4 ଦିନ ପର୍ଯ୍ୟନ୍ତ ଚାଲିବ ସମ୍ବଲପୁର ଲୋକ ମହୋତ୍ସଵ । ଏନେଇ ଗତକାଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ଲୋକ ଓ କଳାକାର ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।

ଆସନ୍ତା ଜାନୁଆରୀ 13 ରୁ ସମ୍ବଲପୁର ଲୋକ ମହୋତ୍ସବ

ଆସନ୍ତା ଜାନୁଆରୀ 13ରୁ ହେବ ସମ୍ବଲପୁରର ଏହି ଲୋକ ମହୋତ୍ସବ । ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ସମ୍ବଲପୁର DRDA ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମର କମିଶନର, ଉପଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ କଳାକାର ସାମିଲ ହୋଇଥିଲେ । ଏହି ଅବସରରେ ଲୋକ ମହୋତ୍ସବ ପରିଚାଳନା ପାଇଁ ବିଭିନ୍ନ କମିଟି , ସର୍ବ କମିଟି ଗଠନ ଓ କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବା ସହ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଚଳିତ ଲୋକ ମହୋତ୍ସବରେ ଏଥର ପଲ୍ଲିଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ । ତେବେ ଏଥର ପଲ୍ଲିଶ୍ରୀ ମେଳା ଜାନୁଆରୀ 11 ରୁ ଆରମ୍ଭ ହୋଇ 16 ରେ ସରିବ । ସେପଟେ ଏଥର ଓଡିଶାରେ ହକି ବିଶ୍ୱକପ ହେବାକୁ ଥିବାରୁ ଲୋକ ମହୋତ୍ସବରେ ହକିର ପ୍ରଚାର ପ୍ରସାର ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.