ETV Bharat / state

ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ପାରମ୍ପରିକ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

author img

By

Published : Jan 14, 2023, 12:06 PM IST

Updated : Jan 14, 2023, 4:09 PM IST

ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ଥର ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ସମ୍ବଲପୁର ଲୋକ ମହୋତ୍ସବ । ଅଧିକ ପଢ଼ନ୍ତୁ

sambalpur lok mahotsav
ସମ୍ବଲପୁର ଲୋକ ମହୋତ୍ସବ
sambalpur lok mahotsav

ସମ୍ବଲପୁର: ଜିଲ୍ଲାରେ ଆରମ୍ଭ ହୋଇଛି ସାଂସ୍କୃତିକ ମହାକୁମ୍ଭ ସମ୍ବଲପୁର ଲୋକ ମହୋତ୍ସବ 2023 । ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ମହୋତ୍ସବ ଅନୁଷ୍ଠିତ ହୋଇ ପାରୁନଥିବା ବେଳେ ଚଳିତ ବର୍ଷଠାରୁ ଏହା ପୁଣି ଆରମ୍ଭ ହୋଇଛି । ଯାହାକୁ ନେଇ ସମ୍ବଲପୁରବାସୀ ଓ ଲୋକ କଳାକାରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ଲୋକ ମହୋତ୍ସବରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ସମ୍ବଲପୁର ଅଇଁଠାପାଲି ସ୍ଥିତ ବିର୍ସାମୁଣ୍ଡା ମଇଦାନରେ ଆରମ୍ଭ ହୋଇଯାଇଛି ସମ୍ବଲପୁର ଲୋକ ମହୋତ୍ସବ 2023 । ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ରୋହିତ ପୂଜାରୀ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ସମ୍ବଲପୁରର କେତେକ ବିଶିଷ୍ଟ କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଏହାପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ କଳାକାର ନୃତ୍ୟ ପରିବେଷଣ କରିଥିବା ବେଳେ କଟକ, କୋରାପୁଟ ଓ ଆସାମର ନୃତ୍ୟ ଦଳ ଦର୍ଶକଙ୍କ ମନ ମୋହିଥିଲେ । ଆରମ୍ଭରୁ ସମ୍ବଲପୁର କଳାକେନ୍ଦ୍ରର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଯୁଜୁମୁରା ବ୍ଲକର ସାଂସ୍କୃତିକ ଦଳର ଆଦିବାସୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ପରେ ଚିପିଲିମା ବୀଣାପାଣି କଳାକେନ୍ଦ୍ରର କଳାକାର ନୃତ୍ୟ ଓ ସୁଦୂର ଆସାମରୁ ଆସିଥିବା କଳାକାର ବିହୁ ନୃତ୍ୟ ପରିବେଷଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି, ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଯାହାକୁ ଦର୍ଶକ ବେଶ ମନଭରି ଉପଭୋଗ କରିଥିଲେ। ପରେ ପରେ କୋରାପୁଟ ସାଂସ୍କୃତିକ ଦଳର ଢେମସା ନୃତ୍ୟ ପରିବେଷଣ ହୋଇଥିଲା । ଭାରତୀ କଳା ବିକାଶ କେନ୍ଦ୍ର ,ବୁର୍ଲା, ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ,ସମ୍ବଲପୁର, ବାମରା ବ୍ଲକର ନାଡୁ କିଷାନ ନାଚ, କଟକର ଲୋକ ଶାସ୍ତ୍ର କଳା ପରିଷଦର ନାଚ, ସମ୍ବଲପୁର ଯବାନ କ୍ଳବ, ହୀରାକୁଦର "ଜିଗଜାଗ କ୍ଳବ",ଲଖନପୁରର ମା' ବନଦୁର୍ଗା ଦଣ୍ଡ ନାଚ, ସମ୍ବଲପୁର ଲହରୀ ଓ ରେଙ୍ଗାଲିର ରଙ୍ଗୋଲି ପାଲା ଗ୍ରୁପର ନାଚବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ବାନ୍ଧି ରଖିଥିଲା ।

ଆଗକୁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରର ଲୋକ କଳାକାର ସମ୍ବଲପୁର ଲୋକ ମହୋତ୍ସବରେ ସାମିଲ ହେବାକୁ ଯାଉଛନ୍ତି । ଏଥିପାଇଁ ଆୟୋଜନ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟତଃ ଲୋକ ମହୋତ୍ସବ ପାଇଁ ଏଥର ଭବ୍ୟ ମଞ୍ଚ ତିଆରି କରାଯାଇଛି । ଯାହା ଦର୍ଶକଙ୍କୁ ଆକର୍ଷିତ କରୁଛି । 1997 ମସିହାରେ ସ୍ଥାନୀୟ ଲୋକକଳାକୁ ଉଜ୍ଜୀବିତ କରିବା ସହ ଲୋକ କଳାକାରଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ ହୋଇଥିଲା।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 14, 2023, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.