ସମ୍ବଲପୁର: ତେଲେଙ୍ଗାନାର କାଜୁପେଟି ରେଳଷ୍ଟେସନ ନିକଟ କୁଣ୍ଡାପ୍ରତି ଗାଁ ସ୍ଥିତ ଏକ ଇଟାଭାଟି ମାଲିକ ପାଖରେ ଫସିରହିଛନ୍ତି ସମ୍ବଲପୁର ମାନେଶ୍ୱର ବ୍ଲକର 23 ଶ୍ରମିକ । ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ ।
ସୂଚନାଅନୁସାରେ, ବରଗଡ଼ ଜିଲ୍ଲାର 2 ଜଣ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ଶ୍ରମିକ ମାନଙ୍କୁ ତେଲେଙ୍ଗାନା ନେଇଥିଲେ । ତେବେ ବର୍ତ୍ତମାନ ଏହି ଶ୍ରମିକମାନେ ଇଟାଭାଟି ମାଲିକ ଦ୍ୱାରା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେଉଥିବା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଆଗରେ ଅଭିଯୋଗ କରିଛନ୍ତି ଓ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କୁହୁଡି କାଳ: NH-୧୬ରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର, ଯାତାୟତ ପ୍ରଭାବିତ
ସମ୍ବଲପୁର ମାନେଶ୍ୱର ବ୍ଲକର କୀର୍ତିପୁର, ଭେଜରାଦିହି, ବଳାରଙ୍ଗା, ବେହେରାଡ଼ିହି ଗାଁର 23 ଜଣ ଶ୍ରମିକ ତେଲେଙ୍ଗାନାର ଇଟାଭାଟିରେ ଫସି ରହିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲାର ଭେଡେନ ଅଞ୍ଚଳର ରାଣୀ ଓ ବନ୍ଧୁ ନାମକ 2 ଜଣ ଦଲାଲ ପ୍ରଲୋଭନ ଦେଖାଇ ଏହି ଶ୍ରମିକ ମାଆଙ୍କୁ ତେଲେଙ୍ଗାନାକୁ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଏହି ଶ୍ରମିକ ମାନଙ୍କୁ ଇଟା ଭାଟି ମାଲିକ ଅସୁସ୍ଥ ଅବସ୍ଥାରେ ମଧ୍ୟ କାମ କରିବାକୁ ବାଧ୍ୟ କରିବା ସହ ମଜୁରୀ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଏନେଇ ତେଲେଙ୍ଗାନାରେ ଫସି ରହିଥିବା ଜଣେ ଶ୍ରମିକ ଗାଁ ଲୋକଙ୍କୁ ଫୋନ କରି ସୂଚନା ଦେବା ପରେ ଗ୍ରାମବାସୀ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସାହାଯ୍ୟ ଲୋଡିଛନ୍ତି । ତେବେ ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ।
ଇଟିଭି ଭାରତ, ସମ୍ବଲପୁର