ETV Bharat / state

ଜମି ମାଫିଆଙ୍କ କବଜାରେ ସମ୍ବଲପୁର, ଆନ୍ଦୋଳନର ଚେତାବନୀ ଦେଲା ଓକିଲ ସଂଘ - ସମ୍ବଲପୁର ଜମି ମାଫିଆ

ପଶ୍ଚିମ ଓଡିଶା ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ସହର ଏବେ ଜମି ମାଫିଆଙ୍କ କବଜାରେ ରହିଛି । ଜନସଂଖ୍ୟା ମଧ୍ୟ ବୃଦ୍ଧିର ସୁଯୋଗ ନେଇ କେତେକ ଜମି ମାଫିଆ କମ ସମୟରେ ମାଲେମାଲ ହେବା ପାଇଁ ବିଭିନ୍ନ ସ୍ଥାନରେ ଥିବା ଜମିକୁ କବଜାକୁ ନେଇ ପ୍ଲଟିଂ କରୁଛନ୍ତି। ଅଧିକ ପଢନ୍ତୁ...

ଜମି ମାଫିଆଙ୍କ କବଜାରେ ସମ୍ବଲପୁର,  ଆନ୍ଦୋଳନର ଚେତାବନୀ ଦେଲା ଓକିଲ ସଂଘ

author img

By

Published : Apr 14, 2021, 5:56 AM IST

ସମ୍ବଲପୁର: ଜିଲ୍ଲାରେ ସକ୍ରିୟ ଜମି ମାଫିଆ । ପଶ୍ଚିମ ଓଡିଶା ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ସହର ଏବେ ଜମି ମାଫିଆଙ୍କ କବଜାରେ ରହିଛି । ଜନସଂଖ୍ୟା ମଧ୍ୟ ବୃଦ୍ଧିର ସୁଯୋଗ ନେଇ କେତେକ ଜମି ମାଫିଆ କମ ସମୟରେ ମାଲେମାଲ ହେବା ପାଇଁ ବିଭିନ୍ନ ସ୍ଥାନରେ ଥିବା ଜମିକୁ କବଜାକୁ ନେଇ ପ୍ଲଟିଂ କରୁଛନ୍ତି। ଆଉ ଏହା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସରଳ ଆଦିବାସୀ । ଏମିତି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ।

ସମ୍ବଲପୁରରେ ଏବେ ବେଆଇନ ଜମି ଜବରଦଖଲକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କେତେକ ଦୁର୍ନୀତିଖୋର ଅଧିକାରୀ ଓ ଜିଲ୍ଲା ପ୍ରଶାସନର ନୀରବତା ଯୋଗୁଁ ଏଭଳି ମାଫିଆମାନେ ଆଦିବାସୀଙ୍କ ଜମିକୁ ଜବର ଦଖଲ କରୁଛନ୍ତି । ସମ୍ବଲପୁର ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ କୁଳୁତକାନି ଅଞ୍ଚଳରେ ଜମି ମାଫିଆମାନେ ଆଦିବାସୀଙ୍କୁ ଧମକ ଚମକ ଦେଇ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ।

ଏନେଇ ଓକିଲ ସଙ୍ଘର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି କ୍ରମେ ସଙ୍ଘର ସଭାପତି ପ୍ରମୋଦ ରଥଙ୍କ ନେତୃତ୍ୱରେ ଏକ ଟିମ ଏହି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ଅନ୍ୟପକ୍ଷେ ଏହିଭଳି ବେଆଇନ ଜମି ଜବରଦଖଲ ଜାରି ରହିଲେ ଆଗାମୀ ଦିନରେ ସମ୍ବଲପୁର ଓକିଲ ସଙ୍ଘ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.