ETV Bharat / state

ଦେଶରେ ନମ୍ବର ଓ୍ବାନ ସମ୍ବଲପୁର ଆଇଆଇଏମ - ଦେଶରେ ନମ୍ବରଓ୍ବାନ ସମ୍ବଲପୁର ଆଇଆଇଏମ

ଦେଶରେ ନମ୍ବର ୱାନ ସମ୍ବଲପୁର ଆଇଆଇଏମ । ଶିକ୍ଷା ପଦ୍ଧତି ଓ ପ୍ଲେସମେଣ୍ଟ ପାଇଁ ସବୁଠୁ ଆଗରେ । ଅଧିକ ପଢନ୍ତୁ...

Sambalpur IIM, the number one in the country
ଦେଶରେ ନମ୍ବରଓ୍ବାନ ସମ୍ବଲପୁର ଆଇଆଇଏମ
author img

By

Published : Dec 1, 2020, 8:31 PM IST

Updated : Dec 1, 2020, 10:59 PM IST

ସମ୍ବଲପୁର: ଦେଶରେ ନମ୍ବର ୱାନ ସମ୍ବଲପୁର ଆଇଆଇଏମ । ଶିକ୍ଷା ପଦ୍ଧତି ଓ ପ୍ଲେସମେଣ୍ଟ ପାଇଁ ସବୁଠୁ ଆଗରେ । ସଫଳତା ନେଇ ସହରରେ ଖୁସିର ଲହରି । 2015 ମସିହାରେ ପ୍ରବଳ ବିରୋଧ ଓ ବିକ୍ଷୋଭ ପରେ ପ୍ରତିଷ୍ଠା ହୋଇଥିଲା ସମ୍ବଲପୁର ଆଇଆଇଏମ । ହେଲେ ଏବେ ସର୍ବଭାରତୀୟ ସ୍ତରରେ ନୁତନ ଆଇଆଇଏମ ରେଙ୍କରେ ସବୁଠାରୁ ଆଗରେ । ବିଜନେସ ୱାର୍ଲଡ଼ର ସଦ୍ୟ ପ୍ରକାଶିତ ରେଙ୍କିଙ୍ଗରେ ଦେଶର ସରକାରୀ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଏହା 18 ତମ ସ୍ଥାନରେ ରହିଛି । ଏହା ସହ ଦେଶର ସରକାରୀ ଓ ବେସରକାରୀ ଶିକ୍ଷାଅନୁଷ୍ଠାନ ମାନଙ୍କ ମିଳିତ ରାଙ୍କିଂରେ ଏହା ସର୍ବ ଭାରତୀୟ ସ୍ତରରେ 34 ତମ ସ୍ଥାନରେ ରହିଛି । ଆଉ ଏହାର ସଫଳତା ନେଇ ସମ୍ବଲପୁର ବାସୀ ମଧ୍ୟ ବେଶ ଖୁସି ।

ଦେଶରେ ନମ୍ବରଓ୍ବାନ ସମ୍ବଲପୁର ଆଇଆଇଏମ
ସ୍ବତନ୍ତ୍ର ଶିକ୍ଷା ପଦ୍ଧତି ପାଇଁ ହାସଲ କରିଛି ସ୍ବତନ୍ତ୍ର ସ୍ଥାନ । ଆଇଆଇଏମର ଶିକ୍ଷା ବ୍ୟବସ୍ଥା କେବଳ କ୍ଲାସ ରୁମରେ ସୀମିତ ନୁହେଁ । ଶତ ପ୍ରତିଶତ ପ୍ଲସମେଣ୍ଟର ବ୍ୟବସ୍ଥା ମଧ୍ୟ ରହିଛି । 2015ରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଆଇଆଇଏମ । ଏବେ ଏହା ସମ୍ବଲପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଚାଲିଛି ଅସ୍ଥାୟୀ ଭାବେ ଚାଲିଛି । ନିଜସ୍ବ ବିଲ୍ଡିଂ ପାଇଁ ଆହୁରି 20 ସାସ ସମୟ ଲାଗିବ ବୋଲି ଜଣାପଡିଛି । ପାଠପଢାର ନିଆରା ଶୈଳୀ ଓ ଅଧ୍ୟାପକଙ୍କ ନିଷ୍ଠାର ଏହା ଏକ ଦିଗଦର୍ଶନ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 1, 2020, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.