ETV Bharat / state

ନିଶାକାରବାରରୁ ନିବୃତ୍ତ ରହିବାକୁ ଯୁବପିଢିଙ୍କୁ ସମ୍ବଲପୁର ଆଇଜିଙ୍କ ଅପିଲ

author img

By

Published : Dec 30, 2020, 9:59 PM IST

ସମ୍ବଲପୁରରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଇଜିଙ୍କ ପ୍ରସ୍ତୁତି । ଏପରି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଯୁବପିଢିଙ୍କୁ ଆଇଜିଙ୍କ ଅପିଲ୍ । ଅଧିକ ପଢନ୍ତୁ...

ନିଶାକାରବାରରୁ ନିବୃତ୍ତ ରହିବାକୁ ଯୁବପିଢିଙ୍କୁ ସମ୍ବଲପୁର ଆଇଜିଙ୍କ ଅପିଲ
ନିଶାକାରବାରରୁ ନିବୃତ୍ତ ରହିବାକୁ ଯୁବପିଢିଙ୍କୁ ସମ୍ବଲପୁର ଆଇଜିଙ୍କ ଅପିଲ

ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ବେଆଇନ କଫ ସିରଫ ତଥା ନିଶା କାରବାର ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ ଏହିଭଳି ନିଶା କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଆଇଜି ନରସିଂହ ଭୋଳ କହିଛନ୍ତି । ଏଥିପାଇଁ ପୋଲିସ ଯୋଜନା ପ୍ରସ୍ତୁତ କରୁଥିବା ସେ ସୂଚନା ଦେଇଛନ୍ତି ।

ବେଆଇନ କଫ ସିରଫ ଓ ନିଶା କାରବାର ଉପରେ ଲାଗିବ ରୋକ । ଏଭଳି ନିଶା କାରବାର କରି ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ। ଏପରିକି ଏହି କର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କ ସମ୍ପତ୍ତି ବାର୍ଜ୍ୟାପ୍ତି କରାଯିବ ବୋଲି ସମ୍ବଲପୁର ଆଇଜି କହିଛନ୍ତି । ନିଶା ଯୋଗାଉଥିବା ତଥା ବ୍ୟବସାୟ କରୁଥିବା ଉଭୟ ପକ୍ଷରେ ରୋକ ଲଗେଇବାକୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି । ଏହା ସହ ବର୍ତ୍ତମାନର ଯୁବପିଢ଼ି ନିଶା କବଳରେ ପଡିଯାଉ ଥିବାରୁ ଏହା ଏକ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି । ଏଥିପାଇଁ ନିଶା ଠାରୁ ଦୂରେଇ ରହିବାକୁ ଯୁବପିଢ଼ିଙ୍କୁ ଅପିଲ କରିଛନ୍ତି ଆଇଜି ନରସିଂହ ଭୋଳ ।ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.