ସମ୍ବଲପୁର: ସମ୍ବଲପୁର ସହରରେ ବେଆଇନ ଭାବେ ଚାଲିଛି ଗୋହତ୍ୟା, ଗୋରୁ ଚୋରା ଚାଲାଣ ଓ ଗୋରୁ ଚମଡ଼ା ଚାଲାଣ। ଏମିତି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲାର ହନୁମାନ ଜୟନ୍ତୀ ସମନ୍ମୟ ସମିତି। ଆଜି(ସୋମବାର) ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ ଆଣିଛି ହନୁମାନ ଜୟନ୍ତୀ ସମନ୍ମୟ ସମିତି।
ବିଗତ କିଛି ଦିନ ତଳେ ସଦର ଥାନା ଅଞ୍ଚଳରେ ଏକ ଟ୍ରକରୁ 2500 ଗୋଚମଡା ଜବତ ହେବା ଘଟଣା ଏହାର ପ୍ରମାଣ ବୋଲି କହିଛି ସମନ୍ବୟ ସମିତି। ଏହାସହ ଧନୁପାଲି ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ହଜାର ହଜାର ଗାଈ ଗୋରୁଙ୍କ ହାଡ଼ କଙ୍କାଳ ପଡିଥିବା ତଥା ଏକ ଘରୁ 30ଟି ଗାଈକୁ ଉଦ୍ଧାର କରି ଅଣାଯିବାର ଭିଡିଓ ଜାରି କରିଛି ହନୁମାନ ଜୟନ୍ତୀ ସମନ୍ବୟ ସମିତି। କେତେକ ପୋଲିସ ଅଧିକାରୀଙ୍କ ଜାଣତରେ ଏହିସବୁ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି।
ଏହା ଦ୍ୱାରା ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଲାଗୁଛି ଯାହା ଦ୍ୱାରା ସହରର ସାମ୍ପ୍ରଦାୟିକ ସଦ୍ଭାବ ବିଗୁଡୁଛି ବୋଲି ହନୁମାନ ଜୟନ୍ତୀ ସମନ୍ମୟ ସମିତି ଅଭିଯୋଗ କରିଛି। ଏହା ସହ ସହରରେ ବେଆଇନ ବଙ୍ଗାଦେଶୀଙ୍କ ସଂଖ୍ୟା ବୃଦ୍ଧି ହେବାରୁ ବର୍ତ୍ତମାନ 20ଟି ବେଆଇନ କସେଇଖାନା ଚାଲୁଛି ଓ ପ୍ରତ୍ୟେକ ଦିନ ଶହ ଶହ ଗାଈ ହତ୍ୟା ହେଉଥିବାର ଅଭିଯୋଗ କରିଛି ହନୁମାନ ଜୟନ୍ତୀ ସମନ୍ବୟ ସମିତି। ତେଣୁ, ଜିଲ୍ଲା ପ୍ରଶାସନ ଏହି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛି ସମ୍ବଲପୁର ହନୁମାନ ଜୟନ୍ତୀ ସମନ୍ମୟ ସମିତି। ନଚେତ ଆଗକୁ ସହରରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ହନୁମାନ ଜୟନ୍ତୀ ସମନ୍ମୟ ସମିତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ