ETV Bharat / state

ଗର୍ଭବତୀଙ୍କୁ ମିଳୁଛି ନିମ୍ନମାନର ଛତୁଆ ! ବିଡିଓଙ୍କୁ ଖାଇବାକୁ ଦେଲେ ସମିତି ସଭ୍ୟ, ଭିଡିଓ ଭାଇରାଲ - ସମିତି ସଭ୍ୟ ଜୟନ୍ତ ପ୍ରଧାନ

ସମ୍ବଲପୁର ଜିଲ୍ଲା ଜୁଜୁମୁରା ସମିତି ବୈଠକରେ ନିମ୍ନମାନର ଛତୁଆ କୁ ନେଇ ଉତ୍ତେଜନା । ନିମ୍ନମାନର ଛତୁଆ ଦିଆଯାଉଥିବା ନେଇ ଅଭିଯୋଗ ଆଣିଲେ ସମିତି ସଭ୍ୟ ଜୟନ୍ତ ପ୍ରଧାନ । ସମିତି ବୈଠକରେ ବିଡିଓ ଙ୍କୁ ଖୁଆଇଲେ ନିମ୍ନମାନର ଛତୁଆ ଲଡୁ । ଅଧିକ ପଢନ୍ତୁ

ଗର୍ଭବତୀଙ୍କୁ ନିମ୍ନ ମାନର ଛତୁଆ ଦିଆଯାଉଥିବା ଅଭିଯୋଗ ଆଣିଲେ ସମିତି ସଭ୍ୟ

author img

By

Published : Nov 17, 2022, 10:09 PM IST

ସମ୍ବଲପୁର: ନିମ୍ନମାନର ଛତୁଆକୁ ନେଇ ସମିତି ବୈଠକରେ ଉତ୍ତେଜନା । ଗର୍ଭବତୀ ମହିଳାଙ୍କୁ ନିମ୍ନମାନର ଛତୁଆ ଦେଉଥିବା ଅଭିଯୋଗ କଲେ ସମିତି ସଭ୍ୟ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ସମିତି ବୈଠକରେ ନିମ୍ନ ମାନର ଛତୁଆ କୁ ନେଇ ଉତ୍ତେଜନା । ନିମ୍ନମାନର ଛତୁଆ ଦିଆଯାଉଥିବା ନେଇ ଅଭିଯୋଗ ଆଣିଲେ ସମିତି ସଭ୍ୟ ଜୟନ୍ତ ପ୍ରଧାନ ।

ସମିତି ବୈଠକରେ ବିଡିଓଙ୍କୁ ଖାଇବାକୁ ଦେଲେ ନିମ୍ନମାନର ଛତୁଆ ଲଡୁ । ସମ୍ବଲପୁର ଜୁଜୁମୁରା ବ୍ଲକ ସମିତି ବୈଠକରେ ଏମିତି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ସମିତି ସଭ୍ୟ ଜୟନ୍ତ ପ୍ରଧାନ ନିମ୍ନମାନର ଛତୁଆ ତିଆରି ହେଉଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ କରିଥିଲେ ।

ଗର୍ଭବତୀଙ୍କୁ ନିମ୍ନ ମାନର ଛତୁଆ ଦିଆଯାଉଥିବା ଅଭିଯୋଗ ଆଣିଲେ ସମିତି ସଭ୍ୟ

ଏହାବି ପଢନ୍ତୁ- ବିରଳ ଅଲିଭ ରିଡଲେଙ୍କ ଜୀବନ ପ୍ରତି ଟ୍ରଲର ବିପଦ, ପ୍ରତିବର୍ଷ ମରୁଛନ୍ତି ହଜାର ହଜାର କଇଁଛ !

ତେବେ କେହି ଶୁଣୁ ନ ଥିବାରୁ ସମିତି ବୈଠକକୁ ହିତାଧିକାରୀଙ୍କୁ ଦିଆଯାଉଥିବା ଏକ ସିଲ ଛତୁଆ ପ୍ୟାକେଟ ଆଣିଥିଲେ ସମିତି ସଭ୍ୟ ଜୟନ୍ତ । ନିମ୍ନମାନର ଛତୁଆ ଓ ବାଦାମ ଲଡୁ ଆଣି ବୈଠକରେ ଉପସ୍ଥିତ ଥିବା ଜୁଜୁମୁରା ବିଡିଓ, ସିଡିପିଓ, ବ୍ଲକ ଅଧ୍ୟକ୍ଷା, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଖାଇବାକୁ ଦେଇଥିଲେ ଜୟନ୍ତ । ଛତୁଆ ଏଭଳି ନିମ୍ନମାନର ଥିଲା ଯେ ତାହା ଦୁର୍ଗନ୍ଧ ହେବା ସହ ଫିମ୍ପି ମାରି ଯାଇ ଥିବାର ଦେଖିବାକୁ ମିଳିଥିଲା ।

ଏହାବି ପଢନ୍ତୁ- Rajiv Gandhi Assassination Case: ଦୋଷୀଙ୍କୁ ଛାଡ ନିର୍ଦ୍ଦେଶର ପୁନଃବିଚାର ପାଇଁ ଆବେଦନ କଲା କେନ୍ଦ୍ର

ତାହାକୁ ଅଧିକାରୀ ମାନେ ଖାଇ ପାରି ନ ଥିଲେ, ଅନେକ ସମୟ ଧରି ବୈଠକରେ ହୋହାଲ୍ଲା ହେବା ସହ ଛତୁଆର ମାନ ଯାଞ୍ଚ କରିବା ପାଇ ଜୟନ୍ତ ଦାବି କରିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.