ETV Bharat / state

ସର୍ବୋଚ୍ଚ ଶୃଙ୍ଗରେ ସମ୍ବଲପୁରର ସୁନାଝିଅ ତ୍ରିଶା

author img

By

Published : Sep 15, 2019, 7:40 PM IST

ଆଫ୍ରିକାର ପ୍ରଥମ ଓ ବିଶ୍ବର ଚତୁର୍ଥ ଉଚ୍ଚତମ ଶୃଙ୍ଗ ତାଞ୍ଜାନିଆର କିଲିମାଞ୍ଜୋରୋ ଆରୋହଣ କରିଛନ୍ତି ସମ୍ବଲପୁର ଝିଅ ତ୍ରିଶା । ଗତ 7 ତାରିଖ ପର୍ବତ ଆରୋହଣ ଆରମ୍ଭ କରି 12 ତାରିଖରେ ଗିରିଶୃଙ୍ଗକୁ ପହଞ୍ଚିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ମନରେ ଅଦମ୍ୟ ଆଶା ଓ ବିଶ୍ବାସ। ଏହାସହ ଜୀବନରେ କିଛି କରିଦେଖାଇବାର ଦୃଢ ପ୍ରତିଶୃତି। ଗୋଟିଏ ପରେ ଗୋଟିଏ କଷ୍ଟକର ପଥ ଅତିକ୍ରମ କରି ସେ ପହଞ୍ଚିଥିଲେ ପର୍ବତର ପଥରିଲା ଶିଖରରେ । ଯାହା ତାଙ୍କୁ ଆଜି ମାଉଣ୍ଟେନ ଗାର୍ଲର ଗୌରବ ଦେଇଛି। ତାଙ୍କ ପାଇଁ ଆଜି ସମସ୍ତେ ଗର୍ବିତ । ଆଉ ନାରୀ ମାନଙ୍କ ପାଇଁ ସେ ସାହିକତାର ଅନନ୍ୟ ଉଦାହରଣ। ଏ କାହାଣୀ ହେଉଛି ସମ୍ବଲପୁରର ସୁନା ଝିଅ ତ୍ରିଶା ଅଗ୍ରୱାଲ। ଯିଏକି ତାଞ୍ଜାନିଆ ପର୍ବତ ଶିଖରରେ ଉଡାଇଛନ୍ତି ତ୍ରିରଙ୍ଗା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ତ୍ରୀଶା ନିତୁ ଅଗ୍ରୱାଲ ଓ ସିଦ୍ଧେଶ ଅଗ୍ରୱାଲଙ୍କ ସୁପୁତ୍ରୀ। ସମ୍ବଲପୁର ଗ୍ରୀନ ପାର୍କ ରେସିଡେନ୍ସି ରେ ରହୁଥିବା ତ୍ରିଶା କିଲମାଞ୍ଜାରୋ ଆରୋହଣ ପାଇଁ ବହୁ ପରିଶ୍ରମ କରିଛନ୍ତି।ତାଞ୍ଜାନିଆରେ ଥିବା କିଲିମାନଜରୋ ସମୁଦ୍ର ପତନଠାରୁ 19 ହଜାର 341 ଫୁଟ ଉଚ୍ଚତା ରେ ଅବସ୍ଥିତ। ଏହାକୁ ଆଫ୍ରିକାର ପ୍ରଥମ ଓ ବିଶ୍ବର ଚତୁର୍ଥ ଉଚ୍ଚତମ ଶୃଙ୍ଗ ବୋଲି କୁହାଯାଏ। ତ୍ରିଶା ଗତ 7 ତାରିଖ ପର୍ବତ ଆରୋହଣ ଆରମ୍ଭ କରି 12 ତାରିଖରେ ଗିରିଶୃଙ୍ଗକୁ ପହଞ୍ଚିଥିଲେ।

ଖବର ଅନୁଯାୟୀ, ତ୍ରିଶା ସମ୍ବଲପୁର ସେଣ୍ଟ ଜସେଫ କନଭେଣ୍ଟ ସ୍କୁଲରୁ ଦଶମ ଶ୍ରେଣୀ ପାସ କଲା ପରେ ଏବେ ମଧ୍ୟପ୍ରଦେଶ ଗ୍ବାଲିଅର ସିନ୍ଧିଆ ବିଦ୍ୟାଳୟରେ ଯୁକ୍ତ 2 ବାଣିଜ୍ୟ ପ୍ରଥମ ବର୍ଷରେ ପଢୁଛନ୍ତି। ଚଳିତ ବର୍ଷ ଗ୍ବାଲିଅରର ରାଣୀ ମାତା ରାଜେ ସିନ୍ଧିଆ 100 ତମ ବାର୍ଷିକୀ ପାଳନ ଅବସରରେ ଏହି ଶିକ୍ଷା ଅନୁଷ୍ଠାନର 17 ଜଣ ଛାତ୍ରୀଙ୍କୁ ଆଫ୍ରିକାର ଏହି ଶୃଙ୍ଗ ଆରୋହଣ ପାଇଁ ଚୟନ କରାଯାଇଥିଲା। ସେମାନଙ୍କୁ 3 ମାସର ଟ୍ରେନିଂ ମଧ୍ୟ ଦିଆଯାଇଥିଲା।17 ଜଣରୁ କେବଳ 15 ଜଣ ଏହି ଶୃଙ୍ଗରେ ପହଞ୍ଚି ପାରିଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଫ୍ରିକା ର ସର୍ବୋଚ୍ଚ ଗିରିଶୃଙ୍ଗ କିଳିମାନଜା ରୋ ରେ ସମ୍ବଲପୁର ଝିଅ ତ୍ରିଶା ଅଗ୍ରୱାଲ।ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ସମ୍ବଲପୁର ଝିଅ ଏବେ ପର୍ବତ ଆରୋହନ ରେ ମଧ୍ୟ ସଫଳତା ପାଇଛନ୍ତି। ସମ୍ବଲପୁର ର ନିତୁ ଅଗ୍ରୱାଲ ଓ ସିଦ୍ଧେଶ ଅଗ୍ରୱାଲ ନ୍କ ଝିଅ ତ୍ରିଶା ଙ୍କ ଏହି ସଫଳତାର ରେ ବେଶ ଖୁସି ଅଛନ୍ତି ପରିବାର ଲୋକେ।

Body:ସମ୍ବଲପୁର ଗ୍ରୀନ ପାର୍କ ରେସିଡେନ୍ସି ରେ ରହୁଥିବା ତ୍ରିଶା କିଳିମାନଜରୋ ଆରୋହଣ ପାଇଁ ବହୁ ପରିଶ୍ରମ କରିଛନ୍ତି।ତାଞ୍ଜାନିଆ ରେ ଥିବା କିଳିମାନଜାରୋ ସମୁଦ୍ର ପତନଠାରୁ 19 ହଜାର 341 ଫୁଟ ଉଚ୍ଚତା ରେ ଅବସ୍ଥିତ। ଏହାକୁ ଆଫ୍ରିକାର ପ୍ରଥମ ଓ ବିଶ୍ୱର ଚତୁର୍ଥ ଉଚ୍ଚତମ ଶୃଙ୍ଗ ବୋଲି କୁହାଯାଏ। ତ୍ରିଶା ଗତ 7 ତାରିଖ ପର୍ବତ ଆରୋହଣ ଆରମ୍ଭ କରି 12 ତାରିଖରେ ଗିରିଶୃଙ୍ଗ କୁ ପହଞ୍ଚିଥିଲେ।

Conclusion:ତ୍ରିଶା ସମ୍ବଲପୁର ସେଣ୍ଟ ଜସେଫ କନଭେଣ୍ଟ ସ୍କୁଲରୁ ଦଶମ ଶ୍ରେଣୀ ପାସ କଲା ପରେ ଏବେ ମଧ୍ୟପ୍ରଦେଶ ଗୋଆଳିୟାର ସିନ୍ଧିଆ କନ୍ୟା ବିଦ୍ୟାଳୟ ରେ ଯୁକ୍ତ 2 ବାଣିଜ୍ୟ ପ୍ରଥମ ବର୍ଷରେ ପଢୁଛନ୍ତି।ଚଳିତ ବର୍ଷ ଗୋଆଳିୟାର ରାଣୀ ମାତା ରାଜେ ସିନ୍ଧିଆ 100 ତମ ବାର୍ଷିକୀ ପାଳନ ଅବସରରେ ଏହି ଶିକ୍ଷା ଅନୁଷ୍ଠାନ ର 17 ଜଣ ଛାତ୍ରୀ ଙ୍କୁ ଆଫ୍ରିକା ର ଏହି ଶୃଙ୍ଗ ଆରୋହଣ ପାଇଁ ଚୟନ କରାଯାଇଥିଲା।ସେମାନଙ୍କୁ 3 ମାସର ଟ୍ରେନିଂ ମଧ୍ୟ ଦିଆଯାଇଥିଲା।17 ଜଣରୁ କେବଳ 15 ଜଣ ଏହି ଶୃଙ୍ଗ ରେ ପହଂଚିପରିଥିଲେ।

ବାଇଟ-1-ସିଦ୍ଧେଶ ଅଗ୍ରୱାଲ, ପିତା।
ବାଇଟ-2-ନିତୁ ଅଗ୍ରୱାଲ ମାତା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.