ETV Bharat / state

ସମ୍ବଲପୁରରେ ମାତୁଛନ୍ତି ଧଳା ଜହର ମାଫିଆ, ଜଣକୁ ଧରିଲା ଅବକାରୀ ବିଭାଗ

author img

By

Published : May 5, 2023, 6:38 PM IST

ସମ୍ବଲପୁରରେ ଲମ୍ବୁଛି ବେଆଇନ ନିଶା କାରବାର ଚେର । ୧୯ ଗ୍ରାମ ବ୍ରାଉନସୁଗର ସହ ୧୨୫ଟି ବେଆଇନ ସିରପ ବୋତଲ ଜବତ । ଜଣେ ଗିରଫ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଲମ୍ବୁଛି ବେଆଇନ ନିଶା କାରବାର ଚେର

ସମ୍ବଲପୁର: ସହରରେ ଦିନକୁ ଦିନ ବେଆଇନ କଫ୍‌ ସିରପ ବିକ୍ରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଶତ ଚେଷ୍ଟା ସତ୍ତ୍ବେ ବି ବେଆଇନ କୋରେକ୍ସ କଫ୍‌ ସିରପ ଓ ନିଶା ବଟିକା ବିକ୍ରି କାରବାର ଘଟଣାରେ ବ୍ରେକ୍‌ ଲାଗୁନି । ସମ୍ବଲପୁର ସହରରେ ବେଆଇନ କଫ ସିରପ୍‌ ଓ ନିଶା ବଟିକାର ଚେରକୁ ମୂଳରୁ ନାଶ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ।

ସମ୍ବଲପୁର ଅବକାରୀ ବିଭାଗ, ପୋଲିସ, ରାଜସ୍ବ ବିଭାଗ ଓ ଡ୍ରଗ୍‌ସ୍‌ କାର୍ଯ୍ୟାଳୟ ପକ୍ଷରୁ ଏକ ମିଳିତ ଚଢାଉ ଆରମ୍ଭ କରାଯାଇଥିଲା । ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଅଞ୍ଚଳ ଧନୁପାଲି ଛକରେ ଥିବା ବିଭିନ୍ନ ମେଡିସିନ ଦୋକାନରୁ ଏହି ଚଢାଉ ଆରମ୍ଭ କରାଯାଇଥିଲା । ଏଥିରେ ସମ୍ବଲପୁର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ସମେତ ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର, ଧନୁପାଲି ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଅନ୍ୟପଟେ ସମ୍ବଲପୁର ସହରରେ କାୟା ବିସ୍ତାର କରୁଛି ଧଳା ଜହର । ସହରର ସୁନାପାଲି ଅଞ୍ଚଳରେ ଏପରି କିଛି ବେଆଇନ ବ୍ରାଉନସୁଗର ବା ଧଳା ଜହରକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ ।

ସମ୍ବଲପୁର ଅବକାରୀ ବିଭାଗର ଇନ୍ସପେକ୍ଟର ଶଶିକାନ୍ତ ଦତ୍ତ କହିଛନ୍ତି, ‘‘ସହରର ସୁନାପାଲି ଅଞ୍ଚଳରେ ବେଆଇନ ଭାବରେ ବ୍ରାଉନସୁଗର ଓ କୋରେକ୍ସ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ସୂଚନା ମିଳିଥିଲା । ଯାହାପରେ ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ାଉ କରି ୧୯ ଗ୍ରାମ ବ୍ରାଉନସୁଗର ସହ ୧୨୫ଟି ବେଆଇନ କଫ୍ ସିରପ ବୋତଲକୁ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଅଢେ଼ଇ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ସୁନାପାଲି ଅଞ୍ଚଳର ମହମ୍ମଦ ନସିମ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି ।

ସମ୍ବଲପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ ସେଠ୍‌ କହିଛନ୍ତି,"ସମ୍ବଲପୁରରେ ନିଶା କାରବାରକୁ ସମୂଳେ ନାଶ କରିବା ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି। ସହରର ଛୋଟରୁ ଆରମ୍ଭ କରି ବଡ଼ ମେଡିସିନ୍‌ ଷ୍ଟୋରରେ ଛାପା ମରାଯାଉଛି। ଅଭିଯୋଗକାରୀଙ୍କୁ ଗିରଫ କରିବା ସହ ତୁରନ୍ତ କୋର୍ଟ ଚାଲଣ କରାଯାଉଛି ।" ବେଆଇନ ଭାବେ ନିଶା ବଟିକା, କୋରେକ୍ସ ଆଦି ଗଚ୍ଛିତ ରଖିବା ଓ ବିକ୍ରୟ କରାଯିବା ଆଶଙ୍କାରେ ଔଷଧ ଦୋକାନଗୁଡିକରେ ଚଢ଼ାଉ ଓ ଯାଞ୍ଚ କରିବା ପକ୍ରିୟା ଜାରି ରହିଛି । ତେବେ ଏହି କାରବାର ଉପରେ କେତେ ଦୂର ରୋକ୍‌ ଲଗାଯାଇ ପାରିବ ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.