ସମ୍ବଲପୁର : ସମ୍ବଲପୁର ଏକ୍ସପ୍ରେସ ଟ୍ରେନରେ ହାତୀ ଧକ୍କା ଘଟଣା ଓ ରେଳ ଲାଇନଚ୍ୟୁତ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଡିଆରଏମ ପ୍ରଦୀପ କୁମାର । ଏହି ଘଟଣା ଅତି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହାସହ ଟ୍ରେନର ପାଇଲଟଙ୍କ କହିବା ମୁତାବକ ଟ୍ରେନଟି ନିୟମ ଅନୁଯାୟୀ ସେହି ଅଞ୍ଚଳରେ ଯେତିକି ଗତିରେ ଯିବା କଥା ସେତିକି ହିଁ ଗତିରେ ଯାଉଥିଲା ।
ତେବେ ରେଳ ଲାଇନରୁ ହାତୀଟି ନ ହଟିବାରୁ ଏହି ଅଘଟଣ ଘଟିଛି । ତେବେ, ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ