ETV Bharat / state

କୋଭିଡ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : Jul 5, 2022, 11:29 AM IST

ସମ୍ଭାବ୍ୟ କୋଭିଡ ସ୍ଥିତିକୁ ନେଇ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ପ୍ରଶାସନ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ଅଧିକ ପଢ଼ନ୍ତୁ

କୋଭିଡ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
କୋଭିଡ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ସମ୍ବଲପୁର: ସମ୍ଭାବ୍ୟ କୋଭିଡ ବୃଦ୍ଧି ପରିସ୍ଥିତିକୁ ରୋକିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ପର । ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ଏହାସହ ସଂକ୍ରମଣ ବୃଦ୍ଧି ପାଇଲେ ଜିଲ୍ଲାରେ ମାସ୍କ ପରିଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କେତେକ ସ୍ଥାନରେ ମାସ୍କ ପରିଧାନ କରିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ତେବେ ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୈନିକ ସଂକ୍ରମଣ ଚିହ୍ନଟ ହାର ଉପରେ ନଜର ରଖାଯାଇଛି ବୋଲି ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁନଥିବାରୁ କୋଭିଡ ହସ୍ପିଟାଲର ବ୍ୟବସ୍ଥା ହୋଇନାହିଁ । କିନ୍ତୁ ଆବଶ୍ୟକ ପଡ଼ିଲେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.