ETV Bharat / state

ନକଲି ବିଲଡିଂ ଆପ୍ରୁଭାଲ ଦେବା ଅଭିଯୋଗ, SDA ପ୍ଲାନିଂ ସଦସ୍ୟ ଗିରଫ - ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ

ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ବା SDAର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କୁ ଅଇଁଠାପାଲି ପୋଲିସ ଦ୍ୱାରା ଗିରଫ କରିଛି । ଅଧିକ ପଢନ୍ତୁ

sambalpur development authority member arrested
ନକଲି ବିଲଡିଂ ଆପ୍ରୁଭାଲ ଦେବା ଅଭିଯୋଗ
author img

By ETV Bharat Odisha Team

Published : Sep 8, 2023, 12:14 PM IST

ନକଲି ବିଲଡିଂ ଆପ୍ରୁଭାଲ ଦେବା ଅଭିଯୋଗ

ସମ୍ବଲପୁର: ନକଲି ବିଲ୍ଡିଂ ଆପ୍ରୁଭାଲ ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ବା ଏସଡିଏର ପ୍ଲାନିଂ ସଦସ୍ୟା ବନ୍ଦିତା ମହାପାତ୍ର ଗିରଫ ହୋଇଛନ୍ତି । ଅଇଁଠାପାଲି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ସମ୍ବଲପୁର ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଅତିରିକ୍ତ ଏସପି ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏକ ନକଲି ବିଲ୍ଡିଂ ଆପ୍ରୁଭାଲ ଦେବା ଅଭିଯୋଗରେ ପୂର୍ବରୁ ବୁର୍ଲା ପୋଲିସ 4 ଜଣଙ୍କୁ ଗିରଫ କରି ସାରିଛି । ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଦୀର୍ଘ ଦିନରୁ ହୋଇ ଆସୁଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ପେଡି ଖୋଲିଛି ସମ୍ବଲପୁର ପୋଲିସ । ଏଠାରେ ହେଉଥିବା କୋଟି କୋଟି ଟଙ୍କାର ଠକେଇ ଓ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦ୍ଦାଫାସ କରୁଛି ଜିଲ୍ଲା ପୋଲିସ । ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଳିର ଦେବରାଜ ସାହୁ କାଇଁଶୀର ଅଞ୍ଚଳରେ ଥିବା ଏକ ପ୍ଲଟର ବିଲଡିଂ ଆପ୍ରୁଭାଲ ପାଇଁ SDAରେ ଆବେଦନ କରିଥିଲେ । ତାଙ୍କ ଠାରୁ 2 ଲକ୍ଷ 60 ହଜାର ଟଙ୍କା ନଗଦ ନେଇ ଏହାର କୌଣସି ବିଲ କି ସ୍ଲିପ ନଦେଇ ତାଙ୍କୁ ନକଲି ବିଲଡିଂ ଆପ୍ରୁଭାଲ ଦେଇଥିବା ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...ସମ୍ବଲପୁର ସହରରେ ବଢୁଛି ଅପରାଧ, ଜୁଲାଇରେ 77ଟି ମାମଲା ରୁଜୁ

ଏହି ଘଟଣାରେ SDAର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ ହୋଇଛନ୍ତି । ବର୍ତ୍ତମାନ ଅଫଲାଇନରେ ବିଲଡିଂ ଆପ୍ରୁଭାଲ ଦେବା ପ୍ରକ୍ରିୟା ବନ୍ଦ ହୋଇ ଯାଇଥିବା ବେଳେ ପିଛିଲା ତାରିଖରେ ଅଭିଯୋଗକାରୀ ଦେବରାଜ ସାହୁଙ୍କୁ ଆପ୍ରୁଭାଲ ତାହା ପୁଣି ନକଲି ବିଲଡିଂ ଆପ୍ରୁଭାଲ ଦିଆଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଏହି ଠକେଇ ଘଟଣାରେ SDAର ଡ଼ିଲିଙ୍ଗ ଆସିସଷ୍ଟାଣ୍ଟ ଲକ୍ଷ୍ମୀ ନାରାୟଣ ସାମଲ ଓ ମାନସ ଚଇନି ନାମକ ଜଣେ ଆର୍କିଟେକ୍ଟ ମଧ୍ୟ ଅଭିଯୁକ୍ତ ଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ଠାରୁ 2 ଲକ୍ଷ 60 ହଜାର ଟଙ୍କାର ଏକ ହାତ ଲେଖା ସ୍ଲିପ, SDA ପ୍ଲାନିଂ ମେମ୍ବରଙ୍କ ଦସ୍ତଖତ ଥିବା ନକଲି ବିଲଡିଂ ଆପ୍ରୁଭାଲ ସାର୍ଟିଫିକେଟ ଓ ଏକ ସାଇଟ ପ୍ଲାନ ମ୍ୟାପ ମଧ୍ୟ ଜବତ ହୋଇଛି । ଏହିଭଳି ଠକେଇ ଘଟଣାରେ ପୋଲିସ ପୂର୍ବରୁ ବୁର୍ଲା ଥାନାରେ ହୋଇଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରି ସାରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.