ETV Bharat / state

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଘଟଣା: ସମ୍ବଲପୁର ଦଳିତ ମହିଳା ସମାଜର ପ୍ରତିବାଦ

author img

By ETV Bharat Odisha Team

Published : Oct 4, 2023, 9:38 AM IST

ବିଧାନସଭା ମୌସୁମୀ ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗା ପ୍ରସଙ୍ଗକୁ ନେଇ ଥମିବାର ନାଁ ଧରୁନି ବିରୋଧାଭାଷ । ମଙ୍ଗଳବାର ଦିନ ଏହି ଘଟଣାକୁ ବିରୋଧ କରିଛି ସମ୍ୱଲପୁର ଦଳିତ ମହିଳା ସମାଜ । ଅଧିକ ପଢନ୍ତୁ

ଦଳିତ ମହିଳା ସଂଘର ପ୍ରତିବାଦ
ଦଳିତ ମହିଳା ସଂଘର ପ୍ରତିବାଦ

ଦଳିତ ମହିଳା ସଂଘର ପ୍ରତିବାଦ

ସମ୍ବଲପୁର: ବିଧାନସଭା ମୌସୁମୀ ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗା ପ୍ରସଙ୍ଗକୁ ନେଇ ଥମିବାର ନାଁ ଧରୁନି ବିରୋଧାଭାଷ । ମଙ୍ଗଳବାର ଦିନ ଏହି ଘଟଣାକୁ ବିରୋଧ କରି ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରାଞ୍ଚଳ ଆରଡିସିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ସମ୍ୱଲପୁର ଦଳିତ ମହିଳା ସମାଜ । ଏଭଳି ଘୃଣ୍ୟ ଆଚରଣ କରିଥିବା 2 ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳିତ ମହିଳା ସମାଜ ପକ୍ଷରୁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ମାଝୀ ।ଯାହାକୁ ନେଇ ସବୁଠି ବିରୋଧାଭାଷ ତେଜିଛି । ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତି ବିଜେପି ବିଧାୟକଙ୍କ ଅପମାନଜନକ ଆଚରଣର ପ୍ରତିବାଦ କରିଛି ସମ୍ବଲପୁର ଦଳିତ ମହିଳା ସମାଜ l ମଙ୍ଗଳବାର ଦିନ ଏନେଇ ସମ୍ବଲପୁର ଦଳିତ ମହିଳା ସମାଜର ଶତାଧିକ ସଦସ୍ୟ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିରୋଧୀ ନାରାବାଜୀ କରିବା ସହ ବିଜେପି ନେତା ମା ଭଉଣୀଙ୍କୁ ବାରମ୍ବାର ଅସମ୍ମାନ କରୁଥିବା ଅଭିଯୋଗ ଆଣିଥିଲେ l ବିଜେପି ନେତାଙ୍କ ଏହିଭଳି ଆଚରଣ ଜାରି ରହିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ଵୋଲି ଚେତାବନୀ ଦେଇଛି ସମ୍ବଲପୁର ଦଳିତ ମହିଳା ସମାଜ l ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳିତ ମହିଳା ସମାଜ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ଦୁଇଜଣ ବିଧାୟକ ମୁକେଶ ମହାଲିଙ୍ଗ ଏବଂ ମୋହନ ମାଝୀଙ୍କ ଦ୍ବାରା ହୋଇଥିବା ଅସଦାଚରଣକୁ ଦୃଢ଼ ନିନ୍ଦା ଓ ବିରୋଧ କରିଛି । ଏହା ସହିତ ଏହି ଘଟଣା ସମଗ୍ର ଦେଶର ଦଳିତ ସମ୍ପ୍ରଦାୟ ତଥା ମହିଳା ସମାଜ ପ୍ରତି ଏକ ଘୋର ଅପମାନ ବୋଲି ସମ୍ବଲପୁର ଦଳିତ ମହିଳା ସମାଜ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଘଟଣା : ବ୍ରହ୍ମପୁର ମହାନଗର ଦଳିତ ମହାସଂଘର ପ୍ରତିବାଦ

ଏହାମଧ୍ୟ ପଢନ୍ତୁ.. ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିବା ଘଟଣା, ଏମିତି କହିଲେ ରାଜନୀତି ସମୀକ୍ଷକ

ତେବେ ଏଭଳି ନିନ୍ଦନୀୟ ଘଟଣା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ମାଝୀଙ୍କୁ ଏଥିପାଇଁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ସମ୍ୱଲପୁର ଦଳିତ ମହିଳା ସମାଜ ପକ୍ଷରୁ କୁହାଯାଇଛି । ତେବେ ଏନେଇ ସମ୍ୱଲପୁର ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଦଳିତ ମହିଳା ସମାଜର ସସଦ୍ୟମାନେ ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.