ETV Bharat / state

ସ୍ୱତନ୍ତ୍ର ରାଜ୍ୟ ଓ ହାଇକୋର୍ଟ ବେଞ୍ଚ ଦାବି ନେଇ 12 ଘଣ୍ଟିଆ ସମ୍ବଲପୁର ବନ୍ଦ - ସମ୍ବଲପୁର ଖବର

ସମ୍ବଲପୁରରେ 12 ଘଣ୍ଟିଆ ବନ୍ଦ ଡାକରା । ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ତଥା ଅନ୍ୟାନ୍ୟ ଦାବିକୁ ନେଇ ଆଜି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁରରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଅଧିକ ପଢ଼ନ୍ତୁ

ସ୍ୱତନ୍ତ୍ର ରାଜ୍ୟ ଓ ହାଇକୋର୍ଟ ବେଞ୍ଚ ଦାବି ନେଇ 12 ଘଣ୍ଟିଆ ସମ୍ବଲପୁର ବନ୍ଦ

author img

By

Published : Nov 23, 2022, 10:21 PM IST

ସମ୍ବଲପୁର : ସମ୍ବଲପୁରରେ 12 ଘଣ୍ଟିଆ ବନ୍ଦ ଡାକରା । ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ତଥା ଅନ୍ୟାନ୍ୟ ଦାବିକୁ ନେଇ ଆଜି 12 ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବରେ ସମ୍ବଲପୁରର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରୀ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ବନ୍ଦ ଡାକରାରେ ସ୍କୁଲ, କଲେଜ ଓ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

ସ୍ୱତନ୍ତ୍ର ରାଜ୍ୟ ଓ ହାଇକୋର୍ଟ ବେଞ୍ଚ ଦାବି ନେଇ 12 ଘଣ୍ଟିଆ ସମ୍ବଲପୁର ବନ୍ଦ

ମୁଖ୍ୟତଃ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ, ସ୍ମାର୍ଟ ଇଲେକ୍ଟ୍ରିକ ପ୍ରିପେଡ ମିଟର ପ୍ରଚଳନକୁ ବିରୋଧ ଓ ପ୍ରିପେଡ ପାଣି ମିଟର ପ୍ରଚଳନକୁ ବିରୋଧ କରି ଆଜି ବନ୍ଦ ପାଳନ ହୋଇଛି । ସୂଚନାନୁସାରେ ପୂର୍ବରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହେଇଆସୁଛି ।

ଏନେଇ ରାଜ୍ୟସରକାର କୌଣସି ପଦକ୍ଷେପ ନନେବାରୁ ଆଜି ସମ୍ବଲପୁର ଜିଲ୍ଲା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 5ଦଫା ଦାବି ନେଇ 12 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡାକରାରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସମ୍ବଲପୁରର ଧନୁପାଲି ଛକ, ଅଇଁଠାପାଲିରେ ପିକେଟିଂ କରିଥିଲେ ।

ଏହାସହ ସମ୍ବଲପୁର କଚେରୀ ଛକରେ କମିଟିର ସଦସ୍ୟମାନେ ଧାରଣାରେ ବସିଥିଲେ । କୋର୍ଟକୁ ଯାଉଥିବା ବେଳେ ବିଚାରପତିଙ୍କୁ ଅଟକାଇ ଫେରେଇ ଦିଆଯାଇଥିଲା । ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ରତର କରାଯିବ ବୋଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.